ETV Bharat / state

ଭଗବାନଙ୍କ ଆଶିଷରୁ ନବବର୍ଷର ଆରମ୍ଭ, ପ୍ରମୁଖ ପୀଠରେ ଭକ୍ତଙ୍କ ଭିଡ - NEW YEAR 2025

ସକାଳୁ ସକାଳୁ ମନ୍ଦିର ଗୁଡିକରେ ପ୍ରବଳ ଭିଡ, ଭଗବାନଙ୍କ ଆଶୀର୍ବାଦ ସହ ନୂଆବର୍ଷ ଆରମ୍ଭ କଲେ ହଜାର ହଜାର ଶ୍ରଦ୍ଧାଳୁ ।

NEW YEAR 2025
NEW YEAR 2025 (ETV Bharat Odisha)
author img

By ETV Bharat Odisha Team

Published : Jan 1, 2025, 5:52 PM IST

Updated : Jan 1, 2025, 6:27 PM IST

ଭୁବନେଶ୍ୱର/ଯାଜପୁର/ ଭବାନୀପାଟଣା/ ସମ୍ବଲପୁର: ବିଦାୟ ନେଇଛି ୨୦୨୪, ଆରମ୍ଭ ହୋଇଛି ନବବର୍ଷ ୨୦୨୫ । ଅନେକ ଆଶା ଓ ସମ୍ଭାବନାକୁ ନେଇ ଆସିଛି ନବବର୍ଷ । ଏହି ନବବର୍ଷକୁ ଅନେକ ଲୋକେ ଭଗବାନଙ୍କ ଆଶିଷରୁ ଆରମ୍ଭ କରିଛନ୍ତି । ଆଜି ସକାଳୁ ସକାଳୁ ବିଭିନ୍ନ ମନ୍ଦିରଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଲିଙ୍ଗରାଜ ମନ୍ଦିରରେ ଲମ୍ବା ଲାଇନ

Lingaraj Temple
Lingaraj Temple (ETV Bharat Odisha)

ଆଜି ସକାଳୁ ସକାଳୁ ଭୁବନେଶ୍ୱରରେ ଅବସ୍ଥିତ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ପ୍ରଭୁ ଲିଙ୍ଗରାଜଙ୍କ ଆଶିଷ ଭିକ୍ଷା କରି ଧାଡ଼ିବାନ୍ଧି ଶୃଙ୍ଖଳିତ ଭାବେ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଦୂରଦୂରାନ୍ତରୁ ଆସି ଭିଡରେ ଘଣ୍ଟା ଘଣ୍ଟା ଛିଡା ହୋଇଥିଲେ ମଧ୍ୟ ବାବାଙ୍କ ଦର୍ଶନ କରି ବେଶ ଖୁସି ଥିବା ମତବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁମାନେ ।

ଭଗବାନଙ୍କ ଆଶିଷରୁ ନବବର୍ଷର ଆରମ୍ଭ (ETV Bharat Odisha)

ମାଆ ମାଣିକେଶ୍ଵରୀଙ୍କ ଆଶୀର୍ବାଦରୁ ନୂଆବର୍ଷ ଆରମ୍ଭ

ଅନ୍ୟପଟେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ଵରୀଙ୍କ ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କଳାହାଣ୍ଡି ଜିଲ୍ଲାବାସୀଙ୍କ ସମେତ ବାହାର ଜିଲ୍ଲାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ମାଆଙ୍କ ସାନ୍ନିଧ୍ୟ ପାଇବା ପାଇଁ ମାଣିକେଶ୍ଵରୀଙ୍କ ପୀଠ ଆସିଥିବା ଦେଖିବାକୁ ମିଳିଛି । ଅଧିଷ୍ଠାତ୍ରୀ ଦେବୀଙ୍କୁ ଦର୍ଶନ କରି ପରିବାରର ମଙ୍ଗଳ କାମନା କରିଛନ୍ତି ସଭିଏଁ । ନୂଆବର୍ଷ ପାଇଁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ମଧ୍ୟ ଲୋକଙ୍କ ଭିଡ଼ ଜମିଛି । ସାଙ୍ଗସାଥି ପରିବାରଜନଙ୍କ ସହ ନୂଆ ବର୍ଷକୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି ଲୋକେ। ବିଭିନ୍ନ ପର୍ଯ୍ୟଟନସ୍ଥଳୀମାନଙ୍କରେ ଜମିଛି ଭୋଜି ଭାତର ଆସର । ନାଚଗୀତର ତାଳେ ତାଳେ ନବ ବର୍ଷକୁ ସ୍ବାଗତ କରିଛନ୍ତି ସଭିଏଁ ।

Manikeswari temple
Manikeswari temple (ETV Bharat Odisha)

ଏନେଇ କଳାହାଣ୍ଡି ଜିଲ୍ଲାକୁ ଝାରସୁଗୁଡ଼ାରୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ସୋନାଲି ମହାନ୍ତି କହିଛନ୍ତି, " ଆମେ ଝାରସୁଗୁଡ଼ାରୁ ମା’ଙ୍କ ଦର୍ଶନ ପାଇଁ ଆସିଛୁ । ମାଆଙ୍କ ଆଶିଷ ଭିକ୍ଷା କରି ଆମେ ନୂତନ ବର୍ଷ ଆରମ୍ଭ କରିବୁ । ଏହା ସହିତ ଜିଲ୍ଳାର ସମସ୍ତେ ପର୍ଯ୍ୟଟନସ୍ଥଳୀ ମଧ୍ଯ ବୁଲିବୁ । ଆଉ ବିଶେଷ କରି ମାଆଙ୍କ ନିକଟରେ ଆମର ଅଗାଢ ବିଶ୍ୱାସ ରହିଛି ।"

NEW YEAR 2025
NEW YEAR 2025 (ETV Bharat Odisha)

ସେପଟ ଅନ୍ୟଜଣେ ଶ୍ରଦ୍ଧାଳୁ କଳ୍ପେଶ୍ୱର ପୁରୋହିତ କହିଛନ୍ତି, "ମାଆଙ୍କ ଆଶିଷ ଭିକ୍ଷା କରି ଆମେ ନୂତନ ବର୍ଷକୁ ସ୍ବାଗତ କରିଛୁ । ମାଆଙ୍କ ଉପରେ ଆମର ବହୁତ ବିଶ୍ବାସ ଓ ଭରସା ରହିଛି । ପରିବାରର ମଙ୍ଗଳ ମନାସି ଆଜି ନୂତନ ବର୍ଷ ପାଳନ କରୁଛୁ ।"

ଏହାମଧ୍ୟ ପଢନ୍ତୁ...

ଜଗା ଦର୍ଶନ ସହ ନୂଆବର୍ଷ ଆରମ୍ଭ, ଜନସମୁଦ୍ର ଶ୍ରୀକ୍ଷେତ୍ର

ବିଦାୟ ନେଲା 2024, ଜିରୋ-ନାଇଟ ସେଲିବ୍ରେସନରେ ଝୁମିଲା ରାଜଧାନୀ

2025କୁ ସ୍ୱାଗତ କଲେ ଓଲିଉଡ଼ ସେଲିବ୍ରିଟି, 2024କୁ ଏମିତି ଦେଲେ ବିଦାୟ

ବିରଜା ମନ୍ଦିରରେ ଭକ୍ତଙ୍କ ଭିଡ

biraja temple
biraja temple (ETV Bharat Odisha)

ଅନ୍ୟପଟେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଆଶିଷ ଲାଭ ଲାଗି ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ନୂତନ ବର୍ଷରେ ନିଜ ପରିବାରର ମଙ୍ଗଳ କାମନା କରିଛନ୍ତି ଶ୍ରଦ୍ଧାଳୁ ।

ସମଲେଶ୍ୱରୀଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ

ନବବର୍ଷର ପ୍ରଥମ ଦିନରେ ସମଲେଶ୍ୱରୀଙ୍କ ମନ୍ଦିରର ଜମିଲା ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ସକାଳ 5ଟା 30ରେ ପାରମ୍ପରିକ ରୀତିନୀତି ପରେ ମାଙ୍କ ମଙ୍ଗଳ ଆଳତୀ ହୋଇଥିଲା l ସକାଳ 6 ଟାରୁ ଭକ୍ତଙ୍କ ଦର୍ଶନ ପାଇଁ ମାଙ୍କ ମନ୍ଦିରର ମୁଖ୍ୟଦ୍ଵାର ଖୋଲା ଯାଇଥିଲା l ମା’ଙ୍କ ଦର୍ଶନ କରି ନୂଆବର୍ଷର ଆରମ୍ଭ କରିଛନ୍ତି ହଜାର ହଜାର ଭକ୍ତ ।

huge crowd of devotees in Samaleswari temple
huge crowd of devotees in Samaleswari temple (ETV Bharat Odisha)

ଅନ୍ୟପଟେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଜିର ଗହଳିକୁ ନଜରରେ ରଖି ସ୍ୱତନ୍ତ୍ର ପାର୍କିଂର ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା କରାଯାଇଥିଲା l ଭକ୍ତଙ୍କ ପାଇଁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଥିଲା l ଆଜି ସମଲେଶ୍ୱରୀ ପୀଠରେ ଓଡ଼ିଶା, ଝାଡଖଣ୍ଡ, ବିହାର, ମହାରାଷ୍ଟ୍ର ସହ ଦକ୍ଷିଣ ଭାରତର ଶ୍ରଦ୍ଧାଳୁ ଆସିଥିବା ଦେଖିବାକୁ ମିଳିଥିଲା l ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବାହାରେ ଭୋଗ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି l

ଇଟିଭି ଭାରତ, ଭୁବନେଶ୍ୱର/ଯାଜପୁର/ଭବାନୀପାଟଣା/ ସମ୍ବଲପୁର

Last Updated : Jan 1, 2025, 6:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.