ETV Bharat / state

ଆହୁରି ୨ରୁ ୪ ଡିଗ୍ରୀ ଖସିବ ତାପମାତ୍ରା, ଘନ କୁହୁଡ଼ି ପାଇଁ ୨ ଜିଲ୍ଲାକୁ IMD ୟେଲୋ ୱାର୍ଣ୍ଣିଂ - ODISHA WEATHER UPDATE

ଶୀତରେ ଥରିବ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶା । ପ୍ରବଳ କୁହୁଡି ପାଇଁ ୨ ଜିଲ୍ଲାକୁ ଆଇଏମଡି ଆଲର୍ଟ ଜାରି କରିଛି ।

Odisha Weather Update
Odisha Weather Update (ETV Bharat Odisha)
author img

By ETV Bharat Odisha Team

Published : Jan 1, 2025, 5:28 PM IST

ଭୁବନେଶ୍ବର: ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡିଶା । ଆଗାମୀ ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ନୂଆବର୍ଷରେ ଶୁଖିଲା ପାଗ ସହ ପ୍ରବଳ ଶୀତ ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ(IMD) । ସେପଟେ କୁହୁଡି ପାଇଁ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଜାଡ଼ରେ ଥରିବ ଓଡ଼ିଶା:

ଆହୁରି ୨୪ ଘଣ୍ଟା ରାଜ୍ୟରେ ଅନୁଭବ ହେବ ପ୍ରବଳ ଶୀତ । ଶୀତରେ ଥରିବ ଆଭ୍ୟନ୍ତରୀଣ ଅଞ୍ଚଳରୁ ଉପକୂଳ ଓଡ଼ିଶା । ତେବେ ନୂଆବର୍ଷରେ ଶୁଖିଲା ପାଗ ସହ ପ୍ରବଳ ଶୀତ ସମ୍ଭାବନା ରହିଛି । ଆଗାମୀ ୭ ଦିନ ଯାଏଁ ପାଗ ଏହିପରି ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ପ୍ରବଳ ଶୀତ ଅନୁଭବ ହେବ ବୋଲି ବିଭାଗ ଆକଳନ କରାଯାଇଛି । ଆସନ୍ତାକାଲିଠୁ ୪ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି

Odisha Weather Update (ETV Bharat Odisha)

ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ:
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, " ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେବ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲା ଯେମିତିକି କନ୍ଧମାଳ ଏବଂ ଅନୁଗୋଳରେ ଘନ କୁହୁଡିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । " ଏହାସହ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ସେପଟେ ଗତ ଡିସେମ୍ବର ମାସରେ ପାଖାପାଖି ୧୦ ଦିନ ଶୀତ ଅନୁଭୂତ ହୋଇଥିବାବେଳେ ଜାନୁଆରୀରେ ମଧ୍ୟ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

Odisha Weather Update
Odisha Weather Update (ETV Bharat Odisha)

ଏହା ବି ପଢନ୍ତୁ...ଖସିବ ପାରଦ, ଏଥର ଶୀତ ସହ ନୂଆବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ ।

ଏହା ବି ପଢନ୍ତୁ...ନୂଆବର୍ଷରେ ଶୁଖିଲା ପାଗ, ପ୍ରବଳ ଶୀତ

ଏହା ବି ପଢନ୍ତୁ...କାଲିଠୁ ଖସିବ ପାରଦ, ଥରିବ ସାରା ଓଡିଶା

ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା:

ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇଥିବାବେଳେ ପ୍ରବଳ ଶୀତ ଅନୁଭବ ହୋଇଛି । ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଛି । ପାହାଡିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରିରେ ୬.୨ ଡିଗ୍ରୀ ରହିଥିବାବେଳେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୧.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.