ETV Bharat / state

ପୁରୀ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ, ବାରିକେଡ୍‌ ଭାଙ୍ଗିଲେ ଶ୍ରଦ୍ଧାଳୁ - PURI JAGANNATH TEMPLE

ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ବାରିକେଡ । ଅପରାହ୍ନ 1ଟା ସୁଦ୍ଧା ଦର୍ଶନ କଲେଣି 3 ଲକ୍ଷ । ବିଳମ୍ବିତ ସଂଧ୍ୟା ଯାଏ 5 ଲକ୍ଷ ଟପିବାରେ ସଂଖ୍ୟା ।

ନୂଆବର୍ଷରେ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ, ଭାଙ୍ଗିଲା ବାରିକେଡ୍‌
ନୂଆବର୍ଷରେ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ, ଭାଙ୍ଗିଲା ବାରିକେଡ୍‌ (ETV Bharat odisha)
author img

By ETV Bharat Odisha Team

Published : Jan 1, 2025, 6:54 PM IST

ପୁରୀ: ଆଜି ନବବର୍ଷ-2025 ଅବସରରେ ଦେଶବ୍ୟାପୀ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏହିକ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ । ଜନସମୁଦ୍ରରେ ପରିଣତ ହୋଇଛି ବଡଦାଣ୍ଡ । ସ୍ଥିତି ଏପରି ହୋଇଛି ଯେ, ଠେଲାପେଲା କରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ଼ ଭାଙ୍ଗି ଦେଇଛନ୍ତି ଶ୍ରଦ୍ଧାଳୁ । କିଛି ଶ୍ରଦ୍ଧାଳୁ ତଳେ ପଡିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ୍‌ ସେମାନଙ୍କୁ ଉଦ୍ଧାର କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲା । ଏଥିରେ କେହି ଆହତ ହୋଇଥିବା ନେଇ ସୂଚନା ମିଳିନି ।

  • ଜନସମୁଦ୍ର ବଡଦାଣ୍ଡ:

ଆଜି ପ୍ରାୟ ମଧ୍ୟରାତ୍ରରୁ ବଡଦାଣ୍ଡରେ ଶ୍ରଦ୍ଧାଳୁ ଭିଡ ଆରମ୍ଭ ହୋଇଥିଲା । ଚାରିଦ୍ବାର ଦେଇ ଶ୍ରଦ୍ଧାଳୁମାନେ ଶ୍ରମନ୍ଦିରରେ ପ୍ରବେଶ କରି ଦର୍ଶନ କରୁଥିଲେ । ତେବେ ବଡଦାଣ୍ଡରେ ମାର୍କେଟ ଛକଠୁ ସିଂହଦ୍ବାର ସମ୍ମୁଖ ପର୍ଯ୍ୟନ୍ତ ହୋଇଥିବା ଅସ୍ଥାୟୀ ବାରିକେଡ ମଧ୍ୟରେ ପ୍ରବଳ ଭିଡ ହୋଇଥିଲା । ଶ୍ରୀମନ୍ଦିର ସମ୍ମୁଖରେ ଥିବା ବ୍ୟାରିକେଡ଼ରେ କେବଳ ସେବାୟତ, ଶ୍ରୀମନ୍ଦିର କର୍ମଚାରୀଙ୍କୁ ଯିବା ପାଇଁ ଅନୁମତି ଥିବା ବେଳେ ଶ୍ରଦ୍ଧାଳୁମାନେ ସେହି ବାଟ ଦେଇ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଫଳରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଦଳଚକଟା ପରି ସ୍ଥିତି ସୃଷ୍ଟି ହୋଇଥିଲା । କିଛି ଶ୍ରଦ୍ଧାଳୁ ତଳେ ପଡି ମଧ୍ୟ ଯାଇଥିଲେ । ମାତ୍ର କେହି ଆହତ ହୋଇନଥିବା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ଏପରି ସ୍ଥିତି ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍‌ କର୍ମଚାରୀଙ୍କ ଦାୟିତ୍ବହୀନ ମନୋଭାବକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।

ନୂଆବର୍ଷରେ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ, ଭାଙ୍ଗିଲା ବାରିକେଡ୍‌ (ETV Bharat odisha)
ନୂଆବର୍ଷରେ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ, ଭାଙ୍ଗିଲା ବାରିକେଡ୍‌
ନୂଆବର୍ଷରେ ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ, ଭାଙ୍ଗିଲା ବାରିକେଡ୍‌ (ETV Bharat odisha)
  • ବର୍ଷ ଶେଷ ସପ୍ତାହରୁ ଲାଗିଛି ଭିଡ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଦାୟୀ ବର୍ଷ ଶେଷ ସପ୍ତାହରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ପେଲାଠେଲା ଯୋଗୁ 10ରୁ ଅଧିକ ଭକ୍ତ ଆହତ ହୋଇଥିଲେ । 31 ଡିସେମ୍ବର ଓ ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ, ଜିଲ୍ଲା ଓ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିଲେ । ଦର୍ଶନ ପାଇଁ ବାରିକେଡିଂ, ଟ୍ରାଫିକ ଓ ପାର୍କିଂ ଗାଇଡଲାଇନ ଆଦି ଚୂଡାନ୍ତ ହୋଇଥିଲା । ତଥାପି ଏପରି ସ୍ଥିତି ସୃଷ୍ଟି ହେବା ପରେ ପୋଲିସର ଭୂମିକାକୁ ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-

ଭଗବାନଙ୍କ ଆଶିଷରୁ ନବବର୍ଷର ଆରମ୍ଭ, ପ୍ରମୁଖ ପୀଠରେ ଭକ୍ତଙ୍କ ଲମ୍ବା ଲାଇନ

ଜଗା ଦର୍ଶନ ସହ ନୂଆବର୍ଷ ଆରମ୍ଭ, ଜନସମୁଦ୍ର ଶ୍ରୀକ୍ଷେତ୍ର

ନୂଆବର୍ଷ ୨୦୨୫: ଚନ୍ଦ୍ରଭାଗାରେ ବର୍ଷର ପ୍ରଥମ ଉଦିତ ସୂର୍ଯ୍ୟ ଦର୍ଶନ କଲେ ପର୍ଯ୍ୟଟକ

  • ଆଜି 5 ଲକ୍ଷ ଟପିପାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା

ପୁରୀ ପୋଲିସର ସୂଚନା ଅନୁଯାୟୀ ଦିନ ଗୋଟାଏ ସୁଦ୍ଧା ପ୍ରାୟ 3ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି । ସେପଟେ ଆଜି ବିଳମ୍ୱିତ ରାତି ଯାଏଁ ଦର୍ଶନ ବ୍ୟବସ୍ଥା ଥିବାରୁ ଏହି ସଂଖ୍ୟା 5 ଲକ୍ଷ ଟପି ଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ବଡଦାଣ୍ଡର ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଅସ୍ଥାୟୀ ବ୍ୟାରିକେଡ଼ ପ୍ରସ୍ତୁତ ହୋଇଛି । ଲମ୍ବା ଲାଇନରେ ଆସି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଦର୍ଶନ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.