ETV Bharat / state

Dhamnagar By-election: ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜୁଙ୍କ ଉପରେ ନଜର

author img

By

Published : Oct 17, 2022, 10:52 PM IST

ଧାମନଗର ଉପନିର୍ବାଚନ ଲାଗି ଆଜି ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । ଲଢେଇ ପାଇଁ ମୈଦାନ ପ୍ରସ୍ତୁତ । ଆସନ୍ତାକାଲିଠୁ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବେ ୫ ଜଣ ପ୍ରାର୍ଥୀ । ଆଜିଠୁ ଦଳୀୟ ଷ୍ଟାର ପ୍ରଚାରକଙ୍କୁ ନେଇ ବିଜେଡି, ବିଜେପି, କଂଗ୍ରେସ ପ୍ରଚାର ଆରମ୍ଭ କରିଛନ୍ତି । ଆଗକୁ ୩ଦଳ ସହ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାର ଜମିବ । ଦେଖନ୍ତୁ ଏହି ରିପୋର୍ଟ

Dhamnagar By-election: ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜୁଙ୍କ ଉପରେ ନଜର
Dhamnagar By-election: ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜୁଙ୍କ ଉପରେ ନଜର

ଭଦ୍ରକ: ଧାମନଗର ଉପ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । ଧାମନଗର ଉପ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ପରେ ନିର୍ବାଚନ ମଣ୍ଡଳୀରେ ତିନି ଦଳର ଦଳୀୟ ପ୍ରାର୍ଥୀଙ୍କ ସମେତ ଦୁଇ ଜଣ ସ୍ଵାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୫ ଜଣ ପ୍ରାର୍ଥୀ ରହିଛନ୍ତି । ତେବେ ଆଜି ଠାରୁ ଏହି ତିନି ଦଳର ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି । ବିଜେଡି ଓ ବିଜେପି ପ୍ରାର୍ଥୀ ଆଜି ଦଳୀୟ ଷ୍ଟାର୍ ପ୍ରଚାରଙ୍କ ସହିତ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଦଳୀୟ ଟିକେଟରୁ ବାଦ ପଡ଼ି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରାଜେନ୍ଦ୍ର ଦାସ ଆଜି ନିର୍ବାଚନୀ ଚିହ୍ନ ପାଇଛନ୍ତି । ତେଣୁ ସେ ମଧ୍ୟ ଆସନ୍ତାକାଲି ଠାରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଏହି ଉପନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜ୍ୟନୀତି ।

ଏହି ନିର୍ବାଚନରେ ବିଜେଡ଼ିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କ ନାମ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ରହିଛି । ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସ ଏବଂ ପବିତ୍ର ମୋହନ ଦାସଙ୍କ ନାମ ମଧ୍ୟ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ରହିଛି । ତେବେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ 'ନୌକା' ଚିହ୍ନରେ ନିର୍ବାଚନ ଲଢିବେ । ସେ ଆସନ୍ତାକାଲି ଠାରୁ ନିଜ ଗ୍ରାମ କାଁପଡାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ଏପରି ସ୍ଥଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନିଜ ଦଳର ଷ୍ଟାର୍ ପ୍ରଚାରକ ମାନଙ୍କୁ ନେଇ ନିର୍ବାଚନ ପ୍ରଚାରରେ ଓହ୍ଲାଇଛନ୍ତି । ସେ ଆଜି ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ୮ଗୋଟି ପଞ୍ଚାୟତରେ ନିର୍ବାଚନ ପ୍ରଚାର କରିଛନ୍ତି ।

ଏଥିରେ ଭଦ୍ରକ ସାଂସଦ ଓ ବିଧାୟକ ଉପସ୍ଥିତ ଥିବା ବେଳେ ଅନ୍ୟ ଜୋନରେ ଅନ୍ୟ ବରିଷ୍ଠ ନେତାମାନେ କର୍ମୀ ବୈଠକ କରୁଛନ୍ତି । ଦଳ ଏଠାରେ ଭଲ ସ୍ଥିତିରେ ରହିଛି, ତେଣୁ ବିଜେଡି ପ୍ରାର୍ଥୀ ଭଲ ଭୋଟରେ ବିଜୟ ହାସଲ କରିବେ ବୋଲି ଦଳୀୟ ନେତା ମାନେ କହିଛନ୍ତି । ଏପରିକି ସ୍ଵାଧୀନ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ କୌଣସି ଅଡୁଆ ପରିସ୍ଥିତି ସୃଷ୍ଟି କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀପତ୍ର ଦାଖଲ ଦିନ ଠାରୁ ନିର୍ବାଚନ ପ୍ରଚାରରେ ଲାଗି ପଡ଼ିଛନ୍ତି । ତାଙ୍କ ପାଇଁ ଅନେକ ଷ୍ଟାର୍ ପ୍ରଚାରକ ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଧାମନଗର ବାସୀଙ୍କ ଭାବାବେଗ ସହିତ ସେ ଜଡ଼ିତ ଅଛନ୍ତି । ତେଣୁ ଏହି ନିର୍ବାଚନରେ ଭୋଟର ମାନେ ତାଙ୍କୁ ନିଶ୍ଚିତ ଆଶୀର୍ବାଦ କରିବେ ବୋଲି ସେ ଦୃଢ ଆଶା ରଖିଛନ୍ତି ।

ସେହିପରି ଭାବେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଆଜି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ନେଇ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଆରମ୍ଭ କରି ଦେଇଛନ୍ତି । ଏଥର ଧାମନଗର ସଚେତନ ଭୋଟର ମାନେ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କହିବା ସହିତ ତାଙ୍କ ଦଳର ଷ୍ଟାର୍ ପ୍ରଚାରକ ମାନେ ଖୁବଶୀଘ୍ର ନିର୍ବାଚନ ପ୍ରଚାରକୁ ଆସିବେ ବୋଲି କହିଛନ୍ତି । ଏହାରି ମଧ୍ୟରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଷ୍ଟାର ପ୍ରଚାରକ ତାଲିକାକୁ ନେଇ ଚର୍ଚ୍ଚା ହେଉଛି । ଏଥିରେ ସେ ପିତାମାତା, ଗୁରୁଜନ, ଭାଇ ଭଉଣୀ, ଗୁରୁଜନଙ୍କୁ ସାମିଲ କରିଛନ୍ତି । ଏନେଇ ସେ କହିଛନ୍ତି, "ମୁଁ ସର୍ବଦା ଧାମନଗରବାସୀଙ୍କ ସହିତ ରହିଛି । ପର୍ବପର୍ବାଣିଠୁ ଆରମ୍ଭ କରି ଲୋକଙ୍କ ସୁଖଦୁଃଖରେ ମୁଁ ସେମାନଙ୍କ ସାଥୀରେ ରହିଛି । ଏହା ଧାମନଗରବାସୀଙ୍କ ବିଶ୍ବାସର ଲଢେଇ । ଗୁରୁଜନଙ୍କ ଆଶୀର୍ବାଦରେ ମୁଁ ଜୟଯୁକ୍ତ କରିବି ବୋଲି ଆଶା ।"

ଆଗକୁ ୩ଦଳ ସହ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାର ଜମିବ । ଭୋଟରଙ୍କୁ ପ୍ରଭାବିତ କରି ଭୋଟ ହାତେଇବା ଲାଗି ପ୍ରଚେଷ୍ଟା କରିବେ ପ୍ରାର୍ଥୀ । ତେବେ ସାଧାରଣ ଜନତାଙ୍କୁ ଷ୍ଟାର୍ ପ୍ରଚାରକ ମାନେ କିପରି ଭାବରେ ପ୍ରଭାବିତ କରୁଛନ୍ତି ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.