ETV Bharat / state

ବେଆଇନ ଜବରଦଖଲ ଯୋଗୁଁ ଚାଷ ଜମିରେ ଜଳ, ଚିନ୍ତାରେ ଚାଷୀ - ଚାଷ ଜମିରେ ଜଳ ପାଇଁ ଚିନ୍ତାରେ ଚାଷୀ

ଭଦ୍ରକ ଜିଲ୍ଲା ଗୋପୀନାଥପୁର ପଞ୍ଚାୟତ ଅନ୍ତର୍ଗତ ବିରିଆଡିଆ ଗାଁରେ ଚାଷ ଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଫଳରେ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

ବେଆଇନ ଜବର ଦଖଲ ଯୋଗୁଁ ଚାଷ ଜମିରେ ଜଳ: ଚିନ୍ତାରେ ଚାଷୀ

author img

By

Published : Dec 12, 2021, 10:05 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ଗୋପୀନାଥପୁର ପଞ୍ଚାୟତ ଅନ୍ତର୍ଗତ ବିରିଆଡିଆ ଗାଁରେ ଚାଷ ଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଫଳରେ ଚିନ୍ତାରେ ଚାଷୀ । ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷ ଜମିରେ ବର୍ଷାଜଳ ଜମି ରହିଛି । ତେଣୁ କଟାଯାଇଥିବା ଧାନ ବିଲରେ ଭାସୁଥିବାବେଳେ ଏହା ନିଷ୍କାସିତ ହେବାପାଇଁ କୌଣସି ବାଟ ନଥିବା ଅଭିଯୋଗ ହୋଇଛି। ବର୍ଷା ଜଳ ନିଷ୍କାସନର ମାଧ୍ୟମ ଥିବା କେନାଲକୁ ଗ୍ରାମରେ କିଛି ଲୋକ ଆବଦ୍ଧ କରିଥିବା ଯୋଗୁଁ ଏହିପରି ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି ।

ବେଆଇନ ଜବର ଦଖଲ ଯୋଗୁଁ ଚାଷ ଜମିରେ ଜଳ: ଚିନ୍ତାରେ ଚାଷୀ

ଏନେଇ ଚାଷୀମାନେ ଜିଲ୍ଲାପାଳ, ଚାନ୍ଦବାଲି ତହସିଲଦାର ଏବଂ ଘଣ୍ଟେଶ୍ୱର ରାଜସ୍ବ ନିରୀକ୍ଷକଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ଦାବି କରିଥିଲେ। ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଆଜିର ଦିନରେ ଚାଷୀ ଏପରି ଦୁର୍ଦ୍ଦଶା ଭୋଗୁଥିବା କୁହାଯାଇଛି। ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ପଦକ୍ଷେପ ନିଆ ନଯିବା ପର୍ଯ୍ୟନ୍ତ, ଚାଷୀଙ୍କ ପକ୍ଷରୁ ବିଗତ ଦୁଇ ଦିନ ଧରି ଜାରି ରହିଥିବା ଆମରଣ ଅନଶନ ଅବ୍ୟାହତ ରହିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.