ETV Bharat / state

ଧାନବିକ୍ରି ପାଇଁ ହୋଇପାରୁନି ଅନଲାଇନ ପଞ୍ଜିକରଣ, ଭଦ୍ରକରେ ଚାଷୀ ଅସନ୍ତୋଷ - ଭଦ୍ରକ ଚାଷୀଙ୍କ ସମସ୍ୟା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ଆରଆଇ ସର୍କଲ ସାନ୍ତରାପୁର ମୌଜାରେ ଚାଷୀ ଅସନ୍ତୋଷ । ଜମି ପଟ୍ଟା ପୋର୍ଟାଲରେ ଆସୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଧାନବିକ୍ରି ପାଇଁ ହୋଇପାରୁନି ଅନଲାଇନ ପଞ୍ଜିକରଣ, ଭଦ୍ରକରେ ଚାଷୀ ଅସନ୍ତୋଷ

author img

By

Published : Jul 28, 2021, 8:06 AM IST

ଭଦ୍ରକ: ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ଆରଆଇ ସର୍କଲ ସାନ୍ତରାପୁର ମୌଜାରେ ଚାଷୀ ଅସନ୍ତୋଷ ଦେଖା ଦେଇଛି । ପ୍ରଶାସନ ପକ୍ଷରୁ 2004 ମସିହାରୁ ପ୍ରଜାମାନଙ୍କୁ ସେମାନଙ୍କ ଜମି ଚକବନ୍ଦୀ ପଟ୍ଟା ମିଳିଥିଲେ ହେଁ ଏଯାଏଁ ଭୂଲେଖ ପୋର୍ଟାଲରେ ଆସୁନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଧାନବିକ୍ରି ପାଇଁ ହୋଇପାରୁନି ଅନଲାଇନ ପଞ୍ଜିକରଣ, ଭଦ୍ରକରେ ଚାଷୀ ଅସନ୍ତୋଷ

ଏଥିପାଇଁ ସରକାରଙ୍କ ସମସ୍ତ ଅନଲାଇନ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହେଉଛି । ଚାଷୀ ତା'ର ଉତ୍ପାଦନ କରୁଥିବା ଧାନକୁ ସରକାରଙ୍କୁ ବିକ୍ରି କରିଥାଏ । ଏନେଇ ଅନଲାଇନ ଜରିଆରେ ପୂର୍ବରୁ ପଞ୍ଜିକରଣ କରିବାକୁ ପଡେ । ମାତ୍ର ଜମିର ଅନଲାଇନ ପଟ୍ଟା ନଥିବାରୁ ଧାନ ବିକ୍ରି ପାଇଁ ପଞ୍ଜିକରଣ ସମ୍ଭବ ହୋଇ ପାରୁନାହିଁ । ଧାନବିକ୍ରି କରିବା ପାଇଁ ଉଦ୍ଦିଷ୍ଟ ପଞ୍ଜିକରଣ ସମୟ ସୀମା ଅଗଷ୍ଟ 15 ତାରିଖ । ସେପଟେ ଦୁଇ ମାସ ମଧ୍ଯରେ ଅନଲାଇନ ପଟ୍ଟା ହେବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ଚାଷୀମାନେ ଜାଣିବାକୁ ପାଇଛନ୍ତି ।

ଅମଳ ଧାନବିକ୍ରି କରିବା ଅବସମ୍ଭାବୀ ହୋଇଥିବାରୁ ଚାଷୀଙ୍କ ଅସନ୍ତୋଷ ଦେଖା ଦେଇଛି । ଏନେଇ ତହସିଲଦାରଙ୍କୁ ଭେଟି ଅଭିଯୋଗ ପ୍ରଦାନ କରାଯାଇଛି । ଏହାର ସମାଧାନ କରାନଗଲେ ଆରଆଇ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଭଦ୍ରରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.