ETV Bharat / state

ହଦଗଡ ଡ୍ୟାମରୁ ପାଣି ଛାଡିବାକୁ ଚାଷୀଙ୍କ ଦାବି - Hadgad dam

ଲୁଣା ପାଣିରୁ ଚାଷ ରକ୍ଷା କରିବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଚାଷୀ । ଏହା ସହ ଚାଷ ପାଇଁ ହଦଗଡ ଡ୍ୟାମରୁ ପାଣି ଯୋଗାଇବା ପାଇଁ ମଧ୍ୟ ଦାବି ହୋଇଛି । ଅଧିକ ପଢନ୍ତୁ...

ହଦଗଡ ଡ୍ୟାମରୁ ପାଣି ଛାଡିବାକୁ ଚାଷୀଙ୍କ ଦାବୀ
ହଦଗଡ ଡ୍ୟାମରୁ ପାଣି ଛାଡିବାକୁ ଚାଷୀଙ୍କ ଦାବୀ
author img

By

Published : Mar 11, 2021, 1:01 PM IST

ଭଦ୍ରକ: ଆରମ୍ଭ ହେଲାଣି ଡାଳୁଅ ଧାନ ଚାଷ । ପାଣି ପାଇଁ ଏବେ ଡହଳବିକଳ ହେଉଛନ୍ତି ଚାଷୀ । ତେବେ ଲୁଣା ପାଣିରୁ ଚାଷ ରକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଚାଷୀ। ଖବର ଅନୁଯାୟୀ ଖରାଟିଆ ଚାଷ ପାଇଁ ଡାଳୁଅ ଧାନ ଚାଷ କରାଯାଇଥାଏ । ସାଳନ୍ଦି ନଦୀର ପାଣି ଚାଷ ଉପଯୋଗୀ ହୋଇଥିବା ବେଳେ ଏଥର ନଦୀର ବିଭିନ୍ନ ସ୍ଥାନରେ ଅବରୋଧ ଯୋଗୁଁ ଖରାଟିଆ ଚାଷ ହୋଇପାରୁ ନାହିଁ । ଫଳରେ ଜମିକୁ ଲୁଣା ପାଣି ମାଡି ଚାଷ ନଷ୍ଟ ହେବାକୁ ବସିଲାଣି ।

ହଦଗଡ ଡ୍ୟାମରୁ ପାଣି ଛାଡିବାକୁ ଚାଷୀଙ୍କ ଦାବୀ

ଏମିତି ସ୍ଥିତିରେ ଚାଷ ଜମିକୁ ପାଣି ଯୋଗାଇଦେବା ସହ ସାଳନ୍ଦି ନଦୀରେ ଅବରୋଧ ହଟାଇବା ଓ ଜବରଦଖଲ ଉଠାଇବା ଦାବିରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧରଣା ଦେଇଥିଲେ । ଏହା ସହ ଚାଷ ପାଇଁ ହଦଗଡ ଡ୍ୟାମରୁ ପାଣି ଯୋଗାଇବା ପାଇଁ ମଧ୍ୟ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.