ଭଦ୍ରକ: ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । ଟୋକନ ଦେବା ପରେ ଧାନ କିଣା ନହେବାରୁ ସରକାରୀ ଧାନ ସଂଗ୍ରହ କେନ୍ଦ୍ରରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ବର ମହିଳା ଗୋଷ୍ଠୀକୁ ଧାନ କିଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଟୋକନ ତାରିଖ ବିତିଯାଇଥିଲେ ମଧ୍ୟ ଧାନ ନନେଉଥିବାରୁ ବାରମ୍ବାର ଚାଷୀ ଜଣକ କେନ୍ଦ୍ରକୁ ଯାଇ ଫେରୁଥିଲେ।
ଟୋକନ ତାରିଖ ଯିବା ପରେ ମଧ୍ୟ ଦାୟିତ୍ବରେ ଥିବା ମହିଳା ଗୋଷ୍ଠୀ ଧାନ ନେଇନଥିବା ଜଣାପଡିଛି। ଶେଷରେ ଶନିବାର ରାମକୃଷ୍ଣ ପଣ୍ଡା ନାମକ ଜଣେ ଚାଷୀ ଧାନ ସଂଗ୍ରହ କେନ୍ଦ୍ରକୁ ଯାଇଥିଲେ। ସେଠାରେ ତାଙ୍କ ଟୋକନ ତାରିଖ ପରେ ଧାନ ନନେବାରୁ ସେ ଧାନ ସଂଗ୍ରହ କେନ୍ଦ୍ରରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ପରେ ତାଙ୍କୁ ଗୁରୁତର ଅବସ୍ଥାରେଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ଏପଟେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ