ଭଦ୍ରକ: ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ନିକଟରୁ 400 ଲିଟର ଦେଶୀ ମଦ ଜବତ କରିଛି। ଖବର ଅନୁଯାୟୀ ଏକ ଟାଟା ଇଣ୍ଡିଗୋ କାର ଯୋଗେ ଦୁଇ ଜଣ ବ୍ୟକ୍ତି ଦେଶୀ ମଦ ନେଇ ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିଲେ।
କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ ଏହି ଅଞ୍ଚଳରେ ଜଗି ରହିଥିଲା। କାର ଆସୁଥିବାବେଳେ କାର ଅଟକାଇବା ବେଳେ ଜଣେ ଖସି ଯାଇଥିବାବେଳେ ଅନ୍ୟ ଜଣକୁ ଗିରଫ କରିଛି ଅବକାରୀ ପୋଲିସ ।
ଏଥିସହ ଏକ ଟାଟା ଇଣ୍ଡିଗୋ କାର ଜବତ କରିବା ସହ କାର ଭିତରେ ଥିବା 400 ଲିଟର ଦେଶୀ ମଦକୁ ଜବତ କରିଛି ଅବକାରୀ ବିଭାଗ। ଏହି ଦେଶୀ ମଦର ଆନୁମାନିକ ମୂଲ୍ୟ 1 ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ