ETV Bharat / state

ଇଦ୍-ଉଲ୍-ଫିତରରେ ଚଳଚଞ୍ଚଳ ଭଦ୍ରକ, ଶତାଧିକ ଶ୍ରଦ୍ଧାଳୁଙ୍କ ସମୂହ ନମାଜ ପାଠ

author img

By

Published : Apr 22, 2023, 4:13 PM IST

ଇଦ୍-ଉଲ୍-ଫିତର୍ କୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର ଭଦ୍ରକ । ମାସେ ପର୍ଯ୍ୟନ୍ତ ରୋଜା ରଖି ପବିତ୍ର ରମଜାନ ମାସ ପରେ ନୂଆ ଚାନ୍ଦ ଦେଖି ଇଦ ବା ଇଦ୍-ଉଲ୍-ଫିତର୍ ପାଳୁଛନ୍ତି ଇସଲାମିକ ସମ୍ପ୍ରଦାୟର ଭାଇ ଉଭଣୀମାନେ । ଅଧିକ ପଢ଼ନ୍ତୁ

ଇଦ୍-ଉଲ୍-ଫିତର୍ କୁ ନେଇ  ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର ଭଦ୍ରକ

ଭଦ୍ରକ: ଆଜି ପବିତ୍ର ପର୍ବ ଇଦ୍ । ଯାହାକୁ ଇଦ୍-ଉଲ୍-ଫିତର୍ ମଧ୍ୟ କୁହଯାଏ । ଏହା ଇସଲାମ ଧର୍ମର ତ୍ୟାଗ ଏବଂ ସମର୍ପଣର ପର୍ବ । ମାସେ ପର୍ଯ୍ୟନ୍ତ ରୋଜା ରଖି ପବିତ୍ର ରମଜାନ ମାସ ପରେ ନୂଆ ଚାନ୍ଦ ଦେଖି ଇଦ ବା ଇଦ୍-ଉଲ୍-ଫିତର୍ ପାଳୁଛନ୍ତି ଇସଲାମିକ ସମ୍ପ୍ରଦାୟର ଭାଇ ଉଭଣୀ ମାନେ । ରମଜାନ ମାସ ଶେଷ ହେବା ପରେ ତିନି ଦିନ ଧରି ପାଳନ ହେବ ଏହି ପବିତ୍ର ପର୍ବ ଇଦ ବା ଇଦ୍-ଉଲ୍-ଫିତର୍ । ପରମ୍ପରା ମୁତାବକ ଇଦରେ ସମସ୍ତ ପରିବାର ସଦସ୍ୟ ମାନେ ନୂଆ ପିନ୍ଧିବ । ଆଉ ଘରେ ଘରେ ଜମିବ ସୁସ୍ବାଦୁ ଖାଦ୍ୟର ଆସର। ଯାହାକୁ କି ବିଶ୍ବବ୍ୟାପୀ ମୁସଲମାନ ସଂପ୍ରଦାୟର ଲୋକେ ବେଶ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି।

ଏଭଳି ସ୍ଥିତିରେ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ଭାଇଚାରାର ସହର ଭଦ୍ରକ। ଇଦ ପାଇଁ ଭଦ୍ରକ ସହରର ମାହୋଲ ହିଁ ଅଲଗା ରହିଛି । ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ କୁଆଁସ ସ୍ଥିତ ଇଦଘା ଠାରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ପରସ୍ପରକୁ ଇଦ ମୁବାରକ ଜଣାଇଛନ୍ତି । ‘ଆଲ୍ଲା ହୋ ଆକବର’ ଆଜାନ ତଥା ନମାଜ ପାଠରେ କମ୍ପୁଛି ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ କୁଆଁସ ସ୍ଥିତ ଏହି ଇଦଘା ମୈଦାନ। ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ସେଠାରେ ଆୟୋଜିତ ଏକ ଆଡମ୍ବର ପୂର୍ଣ୍ଣ ସମୁହ ନମାଜ ପାଠ ଅବସରରେ ଦଶ ହଜାର ରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁମାନେ ଏକତ୍ରିତ ଭାବେ ସମାଗମ ହୋଇ ସମୂହ ଭାବେ ଇଦ ନମାଜ ଆଦା କରିଥିଲେ ।

ଏହି ସମୂହ ନମାଜ ପାଠର ମାହୋଲ ବେଶ୍ ନିଆରା। ଶେଷରେ ଅତୀତର ସବୁ କିଛି ଭୁଲିି ଯାଇ ପରସ୍ପରକୁ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକେ ଉଭୟ ଙ୍କୁ ଆଲିଙ୍ଗନ କରିବା ସହିତ ଇଦ୍ ମୁବାରକ୍ ଜଣାଇଛନ୍ତି। ଇଦଘା ମୈଦାନ ବ୍ୟତୀତ ଭଦ୍ରକର ମୁଲ୍ଲାସାହି, ନଙ୍ଗାମହଲା, ଶଙ୍କରପୁର, ପୁରୁଣା ବଜାର, ଶେଖସାହି ତଥା ଅନ୍ୟାନ୍ୟ ମସଜିଦ ମାନଙ୍କରେ ମଧ୍ୟ ପବିତ୍ର ଇଦ ଉପଲକ୍ଷେ ଧର୍ମ ସଭା ସହ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ଭଦ୍ରକରେ ଶାନ୍ତି ଶୃଙ୍ଖଳାର ସହିତ ଇଦ ବା ଇଦ୍-ଉଲ୍-ଫିତର୍ ପାଳନ ହେଉଛି । ତେବେ ଇଦ ପାଳନର ପରମ୍ପରା ଭଦ୍ରକରେ ବେଶ ନିଆରା । ଏହି ଇଦ ପର୍ବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.