ETV Bharat / state

ଭାଇଚାରାର ସହର ଭଦ୍ରକ, ହିନ୍ଦୁ-ମୁସଲମାନ ମିଶି ପାଳନ୍ତି ଦୁର୍ଗାପୂଜା - ମା’ ବଙ୍କ ବାସୁଳୀ ପୀଠରେ ଦୁର୍ଗାପୂଜା

1958 ମସିହାରେ ସ୍ବର୍ଗତଃ ନନ୍ଦ କିଶୋର ମହାନ୍ତି ମା’ ବଙ୍କ ବାସୁଳୀ ପୀଠରେ ଘଟ ସ୍ଥାପନା କରିବା ସହ ମୃଣ୍ମୟୀର ମୂର୍ତ୍ତି ପୂଜା ପରମ୍ପରା ଆରମ୍ଭ କରିଥିଲେ । ତାଙ୍କର ମୃତ୍ୟୁ ପରେ ବଜାର କମିଟି ଏହି ପରମ୍ପରାକୁ ରକ୍ଷା କରିବା ସହ ଉଭୟ ହିନ୍ଦୁ ଓ ମୁସଲମାନମାନେ ମିଳିମିଶି ପାଳନ୍ତି ଦୁର୍ଗାପୂଜା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Oct 7, 2019, 8:26 PM IST

ଭଦ୍ରକ: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଭଦ୍ରକ ସହର । ମା’ଙ୍କ ପୂଜା ପାଇଁ ଉଠୁଛି ପଡୁଛି ମା’ ବଙ୍କ ବାସୁଳୀ ପୀଠ । ଏହି ଶକ୍ତି ପୀଠ ପ୍ରାୟ 300 ବର୍ଷ ପୁରୁଣା । ହେଲେ 1958 ମସିହାରେ ଏଠାରେ ଆରମ୍ଭ ହୋଇଥିବା ଶାରଦୀୟ ପୂଜା ଚଳିତବର୍ଷ 62 ବର୍ଷରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଅନ୍ୟ ପୀଠମାନଙ୍କ ପରି ଏଠାରେ ମଧ୍ୟ ରହିଛି ବଳି ପରମ୍ପରା । ହେଲେ ପଶୁପକ୍ଷୀଙ୍କ ନୁହେଁ ବରଂ ଦିଆଯାଏ କଖାରୁ ବଳି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ ମାନସିକ ନେଇ ଏଠାରେ କଖାରୁ ବଳି ଦେଇଥାନ୍ତି । ବର୍ଷସାରା ଏହି ପୀଠରେ ମା’ ବଗଳାମୁଖୀ ବେଶରେ ପୂଜା ପାଆନ୍ତି । ହେଲେ ଶାରଦୀୟ ପୂଜା ସମୟରେ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପୂଜା ପାଆନ୍ତି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ।

ପ୍ରକାଶ ଯେ 1958 ମସିହାରେ ସ୍ବର୍ଗତଃ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନା କରିବା ସହ ମୃଣ୍ମୟୀ ମୂର୍ତ୍ତିର ପୂଜା ପରମ୍ପରା ଆରମ୍ଭ କରିଥିଲେ । ତାଙ୍କର ମୃତ୍ୟୁ ପରେ ବଜାର କମିଟି ଏହି ପରମ୍ପରାକୁ ରକ୍ଷା କରିବା ସହ ଉଭୟ ହିନ୍ଦୁ ଓ ମୁସଲମାନମାନେ ମିଳିମିଶି ପାଳନ୍ତି ଦୁର୍ଗାପୂଜା । ଭାଇଚାରାର ବାର୍ତ୍ତା ବହନ କରୁଥିବା ଏହି ପୂଜା ପୀଠରେ ପ୍ରତିବର୍ଷ ମା’ଙ୍କ ପୂଜା ପାଇଁ ଆସନ୍ତି ଅନେକ ଶ୍ରଦ୍ଧାଳୁ ।

ଚଳିତ ବର୍ଷ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପୂଜା ବିଧି ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏନେଇ ପ୍ରଶାସନିକ ସହଯୋଗ ସହ କମିଟି ପକ୍ଷରୁ ଏଠାରେ ସ୍ବେଚ୍ଛାସେବୀ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।

ଭାଇଚାରାର ବାର୍ତ୍ତା ସହ ଏହି ପୁରାତନ ଶକ୍ତି ପୀଠରେ ପୀଠ ଦେବୀଙ୍କ ପୂଜା ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ପୂଜାର ସ୍ବତନ୍ତ୍ରତା ସତରେ ବେଶ ନିଆରା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : BANKA BASULI PITHA
FORMAT : SPECIAL 
REPORT : DEBASIS MOHAPATRA / BHADRAK
DATE : 07.10.2019

ANCHOR : ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଚଳଚଞ୍ଚଳ ଭଦ୍ରକ ସହର। ପାର୍ବଣର ଏହି ପର୍ବ କୁ ଭଦ୍ରକ ର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳନ କରାଯାଉଛି। ହେଲେ 300 ବର୍ଷ ର ପୁରାତନ ଶକ୍ତି ପିଠ ମା ବଙ୍କବାସୁଳୀ ପିଠ ରେ ପାର୍ବଣର ଏହି ପର୍ବ ପାଳନ ବେଶ ନିଆରା ଢଙ୍ଗରେ ଚାଲିଛି। Body:Vo_1 : 300 ବର୍ଷ ର ଏହି ପୁରାତନ ଶକ୍ତି ପିଠ ମା ବଙ୍କବାସୁଳୀ ପିଠ। 1958 ମସିହା ରୁ ଏଠାରେ ଆରମ୍ଭ ହୋଇଥିଲା ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା। 1958 ମସିହାରେ ସ୍ଵର୍ଗତ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନ କରିବା ସହ ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା ଆରମ୍ଭ କରିଥିଲେ। ଯାହାକି ଆଜି 62 ବର୍ଷ ରେ ପଦାର୍ପଣ କରିଛି। ବର୍ଷ ସାରା ଏହି ଦେବୀ ପୀଠରେ ମା ଙ୍କୁ ବଗଳାମୁଖୀ ବେଶରେ ପୂଜା କରାଯାଏ। ହେଲେ ଶାରଦୀୟ ଦୁର୍ଗାପୂଜା ରେ ମା ଙ୍କର ମୃଣ୍ମୟୀ ମୂର୍ତ୍ତି ଏଠାରେ ପୂଜା କରାଯାଏ। ଯାହାକି ଅନ୍ୟ ଦେବୀ ପିଠ ଠାରୁ ଭିନ୍ନ। ଷଷ୍ଠି ଠାରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ଏହି ପରମ୍ପରା ରେ ପୂଜାର୍ଚ୍ଚନା କରାଯାଏ। ଏହି ମୃଣ୍ମୟୀ ମୂର୍ତ୍ତି ଦର୍ଶନ କରି ମାଙ୍କର ସାନିଧ୍ୟ ଲାଭ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି। ମାନସିକ ଧାରୀ କଖାରୁ ବଳି ପ୍ରଥା ଏହି ପୀଠରେ ପ୍ରଚଳିତ ଅଛି।
Bite_1 : ଶାରଦୀୟ ଦୁର୍ଗାପୂଜା ଆଚାର୍ଯ୍ୟ 
Bite_2 : ପ୍ରହ୍ଲାଦ ପାଣି_ବଙ୍କବାସୁଳୀ ପିଠ ପ୍ରଧାନ ପୂଜକ 

Vo_2 : ଭାଇଚାରା ର ସହର ଭଦ୍ରକ ର ଏହି ପୂଜା କମିଟି ରେ ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମାବଲମ୍ବୀ ମାନେ ସଦସ୍ୟ ଅଛନ୍ତି। ଉଭୟ ସମ୍ପ୍ରଦାୟର ପ୍ରଚେଷ୍ଟାରେ ଏଠାରେ ପୂଜା ନେଇ ସହଯୋଗ ରହିଥାଏ। ଯାହାକି ଅନ୍ୟତ୍ର ବିରଳ। ବଙ୍କବାସୁଳୀ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପୂଜା ବିଧି ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଅଛି। ପ୍ରଶାସନିକ ସହୋଯାଗ ସହ କମିଟି ପକ୍ଷରୁ ସ୍ଵେଚ୍ଛାସେବୀ ଏବଂ ସିସି ଟିଭି ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷଷ୍ଠି ଠାରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଛି।
Bite_3 : ମହମ୍ମଦ ଅବଦୁଲ ବାରି_ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତି
Bite_4 : ବ୍ରଜ କିଶୋର ଦାସ_କମିଟି ସମ୍ପାଦକConclusion:FVO : ଏହି ପୁରାତନ ଶକ୍ତି ପିଠ ମା ବଙ୍କବାସୁଳୀ ପିଠ ରେ, ପିଠ ଦେବୀ ଙ୍କର ପୂଜା ସହ ମା ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ର ସ୍ୱତନ୍ତ୍ରତା ବେଶ ନିଆରା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.