ଭଦ୍ରକ: କଟକରୁ ଭଦ୍ରକ ଆସୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ । ସେଥିରେ ଥିବା 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ ଧାମନଗର ବ୍ଲକ ଗୋବିନ୍ଦପୁର ଗାଁର ପରମେଶ୍ବର ମିଶ୍ରଙ୍କର ହୃଦଘାତରେ କଟକ ଏସସିବିରେ ମୃତ୍ୟୁ ହୋଇଥିଲା । ପରମେଶ୍ବରଙ୍କ ମୃତଦେହକୁ ଏକ ଘରୋଇ ଆମ୍ବୁଲାନ୍ସରେ ଭଦ୍ରକ ଗୋବିନ୍ଦପୁର ଗାଁକୁ ଆଣୁଥିବାବେଳେ ଭଦ୍ରକ 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଠାରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ସେଥିରେ ମୃତଦେହ ନେଇ ଆସୁଥିବା 3 ଜଣ ସମ୍ପର୍କୀୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ