ETV Bharat / state

ନାବାଳକ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ନିସ୍ତୁକ ମାଡ, ବିଳମ୍ବିତ ରାତିରେ କ୍ଲିନିକରେ ଉତ୍ତେଜନା

author img

By

Published : Mar 2, 2023, 1:27 PM IST

ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଭେଷଜ ବିଶେଷଜ୍ଞଙ୍କୁ ମାଡ ମାରିଲେ ମୃତକଙ୍କ ପରିବାର ଲୋକେ । ଅଧିକ ପଢନ୍ତୁ

minor boy dead after doctor injection in bhadrak

ଭଦ୍ରକ: ଭେଷଜ ବିଶେଷଜ୍ଞଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକଙ୍କ ମୃତ୍ୟୁ । ଏପରି ଅଭିଯୋଗ ଆଣି ଚିକିତ୍ସା କରୁଥିବା ଜଣେ ବରିଷ୍ଠ ଭେଷଜ ବିଶେଷଜ୍ଞଙ୍କୁ ନିସ୍ତୁକ ମାଡ ମାରିଲେ ରୋଗୀଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ମୃତ ନାବାଳକ ହେଉଛନ୍ତି ବନ୍ତ ବ୍ଲକ ବସନ୍ତିଆ ଅଞ୍ଚଳର ମନୋଜ ରାଉଳଙ୍କ 16 ବର୍ଷର ପୁଅ ଶୁଭେନ୍ଦୁ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଶୁଭେନ୍ଦୁ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏକ ଘରୋଇ କ୍ଲିନିକକୁ ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଇଞ୍ଜେକ୍ସନ ଦେବା ପରେ ନାବାଳକଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ନାବାଳକଙ୍କ ସହ ଘରୋଇ କ୍ଲିନିକର ଡାକ୍ତର ମଧ୍ୟ ଚିକିତ୍ସାଳୟକୁ ଯାଇଥିଲେ ।

ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ନାବାଳକ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏହା ଜାଣିବା ପରେ ପରିବାର ଲୋକ ଉତ୍ୟକ୍ତ ହୋଇ ନାବାଳକଙ୍କୁ ଇଞ୍ଜେକ୍ସନ ଦେଇଥିବା ଡାକ୍ତରଙ୍କୁ ମେଡିକାଲରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ଏନେଇ ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲା । ଏହାପରେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଥିଲା।

ତେବେ ଭୁଲ ଇଞ୍ଜେକ୍ସନ ଯୋଗୁଁ ନାବାଳକ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସହ ସେଠାରେ ନାବାଳକର ମୃତ୍ୟୁ ଘଟିବା ପରେ ଉତ୍ତ୍ୟକ୍ତ ସମ୍ପର୍କୀୟ ମାନେ ମୃତଦେହକୁ ନେଇ ଉକ୍ତ ଘରୋଇ କ୍ଲିନକ ଆଗରେ ରଖି ହୋହଲ୍ଲା କରିଥିଲେ । ସେଠାରେ ଚିକିତ୍ସା କରିଥିବା ଡାକ୍ତରଙ୍କ ସମର୍ଥକ ଏବଂ ମୃତ ନାବାଳକଙ୍କ ପରିବାର ଲୋକଙ୍କ ମଧ୍ୟରେ ବିଳମ୍ବିତ ରାତି ପ୍ରାୟ 2 ଟା ପର୍ଯ୍ୟନ୍ତ ବିବାଦ ଉଗ୍ର ରୂପଧାରଣ କରିଥିଲା ।

ଏହି ବିବାଦରେ ଉଭୟ ପକ୍ଷର 2 ରୁ3 ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ସ୍ଥିତି ଉଗ୍ର ରୂପ ଧାରଣ କରିବାରୁ ଭଦ୍ରକ ସିଟି ଡ଼ିଏସପି ଅଂଶୁମାନ ଦିୱେଦି, ଟାଉନ ଥାନା ଅଧିକାରୀ ଉମାଶଙ୍କର ନାୟକ ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଥିଲେ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଡିକାଲ ପରିସର ଏବଂ ଘରୋଇ କ୍ଲିନିକ ଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟ ପକ୍ଷରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ପୁଅର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ପୋଲିସର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଭଦ୍ରକ ସିଟି ଡ଼ିଏସପି ଅଂଶୁମାନ ଦିୱେଦି ଗଣମାଧ୍ୟମକୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.