ETV Bharat / state

ଭଦ୍ରକ ପୌରପାଳିକାରେ ଅଚଳାବସ୍ଥା, ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ମଧ୍ୟ୍ୟରେ ବିବାଦ

ଭଦ୍ରକ ପୌରପାଳିକାରେ ପୌର ଅଧ୍ୟକ୍ଷା ଏବଂ ପୌର ଉପାଧ୍ୟକ୍ଷାଙ୍କ ମଧ୍ୟ୍ୟରେ ବିବାଦ । ଅଧିକ ପଢନ୍ତୁ

author img

By

Published : Nov 11, 2022, 11:10 AM IST

ଭଦ୍ରକ ପୌରପାଳିକାରେ ଅଚଳାବସ୍ଥା
ଭଦ୍ରକ ପୌରପାଳିକାରେ ଅଚଳାବସ୍ଥା

ଭଦ୍ରକ: ପୌରପାଳିକାରେ ଅଚଳାବସ୍ଥା । ପୌରାଧ୍ୟକ୍ଷା ଏବଂ ପୌର ଉପାଧ୍ୟକ୍ଷାଙ୍କ ମଧ୍ୟ୍ୟରେ ବିବାଦ । ଉପାଧ୍ୟକ୍ଷାଙ୍କ ନୂତନ ଗୃହରେ ସାଜସଜ୍ଜାକୁ ନେଇ ରାଗି ଗଲେ ପୌର ଅଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ । ସାଜସଜ୍ଜା ପାଇଁ ଅର୍ଥ କେଉଁଠୁ ଆସିଲା ବୋଲି ନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କଲେ ପୌର ଅଧ୍ୟକ୍ଷା । କୌଣସି ଉତ୍ତର ନମିଳିବାରୁ ଉପାଧ୍ୟକ୍ଷାଙ୍କ ନୂତନ ଗୃହରେ ତାଲା ପକାଇବାକୁ କହିଲେ ଗୁଲମକ୍କୀ ।

ଭଦ୍ରକ ପୌରପାଳିକାରେ ଅଚଳାବସ୍ଥା

ମିଳିଥିବା ସୂଚନା ଅନୁଯାୟୀ, କାଉସିଲ ବୈଠକରେ ଉପାଧ୍ୟକ୍ଷାଙ୍କ ପାଇଁ ଏକ ନୂତନ ସ୍ବତନ୍ତ୍ର ଅଫିସ ଗୃହ ପୌରପାଳିକା ପରିସରରେ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି କ୍ରମରେ ନିର୍ଦ୍ଧାରିତ ଗୃହରେ ଆଭ୍ୟନ୍ତରୀଣ ସାଜସଜ୍ଜା ହୋଇଥିଲା । ତେବେ ଏହି ସାଜସଜ୍ଜା ବାବଦକୁ ଅର୍ଥ କେଉଁଠୁ ଆସିଲା ସେନେଇ ପୌର ଅଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ, ନିର୍ବାହୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ନଥିବା ନିର୍ବାହୀ ଅଧିକାରୀ ପୌର ଅଧ୍ୟକ୍ଷାଙ୍କୁ କହିଥିଲେ ।

ତେଣୁ ଗୃହରେ ସାଜସଜ୍ଜା ବାବଦକୁ ଯେଉଁ ଅର୍ଥ ବ୍ୟୟ କରାଯାଇଛି ସେନେଇ ସଠିକ ଭାବେ ଅବଗତ ନହେବା ପର୍ଯ୍ୟନ୍ତ ସେଠାରେ ତାଲା ପଡିବ ବୋଲି ପୌର ଅଧ୍ୟକ୍ଷା ଅଡି ବସିଥିବା ଜଣାପଡିଛି । ଯାହାକୁ ନେଇ ଭଦ୍ରକ ପୌରପାଳିକାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ତେବେ ଏନେଇ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ବୁଝାସୁଝା କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.