ETV Bharat / state

ଭାଙ୍ଗିଲା ଧାମରା ବନ୍ଦର ସୁରକ୍ଷା ପାଚେରି

ଲଗୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଧାମରା ବନ୍ଦରର 80 ଫୁଟ ଲମ୍ବ ପାଚେରୀ ଭୂସୁଡ଼ି ପଡ଼ିଛି ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଅତ୍ୟଧିକ ବର୍ଷା ଫଳରେ ପାଚେରୀ ନିକଟରୁ ମାଟି ଅତଡ଼ା ଖସି ଯିବାରୁ ଏହିପରି ଘଟଣା ଘଟିଛି ।

author img

By

Published : Oct 4, 2020, 9:39 PM IST

ଭାଙ୍ଗିଲା ଧାମରା ବନ୍ଦର ସୁରକ୍ଷା ପାଚେରି
ଭାଙ୍ଗିଲା ଧାମରା ବନ୍ଦର ସୁରକ୍ଷା ପାଚେରି

ଭଦ୍ରକ: ଧସିଲା ଧାମରା ବନ୍ଦର ସୁରକ୍ଷା ପାଚେରି । ଲଗୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଧାମରା ବନ୍ଦରର 80 ଫୁଟ ଲମ୍ବ ପାଚେରୀ ଭୂସୁଡ଼ି ପଡ଼ିଛି ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଅତ୍ୟଧିକ ବର୍ଷା ଫଳରେ ପାଚେରୀ ନିକଟରୁ ମାଟି ଅତଡ଼ା ଖସି ଯିବାରୁ ଏହିପରି ଘଟଣା ଘଟିଛି ।

ଭାଙ୍ଗିଲା ଧାମରା ବନ୍ଦର ସୁରକ୍ଷା ପାଚେରି

ଦୋସିଙ୍ଗା ପଞ୍ଚାୟତର ରବିନ୍ଦ୍ର ନଗର ଗାଁ ସିମାରୁ ସମୁଦ୍ର କୂଳ ପର୍ଯ୍ୟନ୍ତ ଲମ୍ଭିଛିି ଧାମରା ପୋର୍ଟର ଏହି ସୁରକ୍ଷା ପାଚେରୀ। ପାଚେରୀଟି ବହୁ ପୁରୁଣା ହୋଇଥିବାରୁ ବର୍ଷା ଯୋଗୁଁ ମାଟିରେ ଘାଇ ସୃଷ୍ଟି ହୋଇ ଭୂସୁଡ଼ି ପଡ଼ିଛି। ପାଚେରୀ ନିକଟରେ ରବିନ୍ଦ୍ର ନଗର ଗାଁର କିଛି ଅସ୍ଥାୟୀ କୁଡ଼ିଆ ଘର ରହିଛି। ହେଲେ ଏହି ଘଟଣାରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ।

ତେବେ ସେହି ପାଚେରୀକୁ ଲାଗି ଆହୁରି 200 ଫୁଟରୁ ଅଧିକ ଲମ୍ଭର ପୁରୁଣା ପାଚେରୀ ରହିଛି। ଯାହାକି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଜଣାପଡ଼ିଛି। ତେଣୁ କୈଣସି ସମୟରେ ସେହି ପାଚେରୀ ଧସି ଧନ ଜୀବନ କ୍ଷୟକ୍ଷତି ହେବା ଆଶଙ୍କା ପ୍ରକାଶ ପାଇଛି। ଏନେଇ ବନ୍ଦର କତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.