ETV Bharat / state

Dhamnagar By-Poll: ଶାସକ ଦଳ ପାଇଁ SHG ମହିଳା ବାଣ୍ଟୁଛନ୍ତି ଟଙ୍କା !

ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

author img

By

Published : Oct 25, 2022, 10:47 PM IST

ଶାସକ ଦଳ ପାଇଁ SHG ମହିଳା ବାଣ୍ଟୁଛନ୍ତି ଟଙ୍କା !

ଭଦ୍ରକ: ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତାଲିକା ଦେଖି, ଗୋଟି ଗୋଟି କରି ନାଁ ପଢ଼ି, କହୁଛନ୍ତି 3 ଜଣଙ୍କ ମଧ୍ୟରେ ଟଙ୍କା ବାଣ୍ଟି ନେବ। ଧାମନଗର ଉପନିର୍ବାଚନରେ ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ଶାସକ ଦଳ ଏହିପରି ଟଙ୍କା ବଣ୍ଟା ଆରମ୍ଭ କରିଥିବା ଅଭିଯୋଗ ହେଉଛି ।

Dhamnagar ByPoll: ଶାସକ ଦଳ ପାଇଁ SHG ମହିଳା ବାଣ୍ଟୁଛନ୍ତି ଟଙ୍କା !

ଧାମନଗର ଏନଏସି ଚେୟାରମ୍ୟାନ ଏହି ଟଙ୍କା ପଠାଇଥିବା ବାଣ୍ଟୁଥିବା ମହିଳା ଜଣକ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହେବା ପରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ଏନେଇ ବିଜେପିର ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଟଙ୍କା ବାଣ୍ଟୁଥିବା ମହିଳାଙ୍କୁ ଗରିଫ କରିବା ପାଇଁ ଦାବି କରିଛି ।

ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ତାତି ବଢୁଥିବା ବେଳେ ଗ୍ରାଉଣ୍ଡ ଜିରୋ ରୁ ଆସିଛି ଏଭଳି ସାଂଘାତିକ ଭିଡିଓ। ଭାଇରାଲ ଭିଡ଼ିଓ ଟି ଧାମନଗର ଏନଏସି ଅଞ୍ଚଳର ବୋଲି ଜଣାପଡିଛି। ଏହି ଭାଇରାଲ ଭିଡ଼ିଓକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଏବେ ଜୋରଦାର ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.