ETV Bharat / state

Dhamnagar Bypoll: ଟଙ୍କା ବାଣ୍ଟିବା ଅଭିଯୋଗରେ 2 ଅଟକ - money distribution allegation

ଧାମନଗର ଉପନିର୍ବାଚନ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ରାତି ଅଧିଆ ଟଙ୍କା ବାଣ୍ଟିବା ଅଭିଯୋଗକୁ ନେଇ ଉତ୍ତେଜନା । ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଅଧିକ ପଢନ୍ତୁ

Dhamnagar bypoll
ଟଙ୍କା ବାଣ୍ଟିବା ଅଭିଯୋଗରେ 2 ଅଟକ
author img

By

Published : Oct 31, 2022, 12:29 PM IST

ଭଦ୍ରକ: ଧାମନଗର ଉପନିର୍ବାଚନ ନେଇ ପାଖଉଛି ତାରିଖ । ଏ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ହେବିୱେଟଙ୍କ ପ୍ରଚାରରେ କମ୍ପୁଛି ମୈଦାନ । ଭୋଟରଙ୍କ ମନ ଜିତିବା ପାଇଁ ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ ନିର୍ବାଚନ ଆଚରଣ ଉଲଂଘନ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଭୋଟ ହାତେଇବାକୁ ଭୋଟରଙ୍କୁ ଟଙ୍କା ବଣ୍ଟା ଯାଉଥିବା ଦେଖିବାକୁ ମିଳିଛି । ଟଙ୍କା ବଣ୍ଟାକୁ ନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ତେଜନା ମଧ୍ୟ ଦେଖା ଦେଇଛି । ଭଦ୍ରକ ଜିଲ୍ଲା ଦୋବଳ ପଞ୍ଚାୟତ ଓ ଖଡିପଡା ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ନେଇ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି ।

Dhamnagar bypoll

ଖଡିପଡା ପଞ୍ଚାୟତ ଦକ୍ଷିଣକୁରୁଆ ଠାରେ କିଛି ମହିଳାମାନଙ୍କୁ ଅଟକ ରଖିଲେ ସ୍ଥାନୀୟ ଲୋକେ । ମହିଳା ଓ ତାଙ୍କ ଗାଡିକୁ ଅଟକ ପୋଲିସକୁ ଜିମା ଦେଇଥିଲେ ଗାଁ ଲୋକ । ଟଙ୍କା ବାଣ୍ଟିବାକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସେହିପରି ଦୋବଲ ପଞ୍ଚାୟତର ଇଟୁଆ ଗ୍ରାମରେ ରାତି ଅଧିଆ ଭୋଟରଙ୍କୁ ହାତେଇବା ପାଇଁ ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ଥିଲେ ରଖିଥିଲେ ଗ୍ରାମବାସୀ । ପରେ ସେଠାରୁ ହଟହଟା ହୋଇ ଫେରିଥିବା ଜଣାପଡିଛି ।

ସେହିପରି ଧାମନଗର ବ୍ଲକ କରଦା ପଞ୍ଚାୟତ ଅଲ୍ଲୀ ନଗରଠାରେ ବିଜେଡି ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ସମୟରେ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକମାନେ ଅଟକ ରଖିଥିଲେ । ଏନେଇ ଖବର ପାଇ ପୋଲିସ ପହଞ୍ଚି ଟଙ୍କା ଜବତ କରିଥିବା ସୂଚନା ମିଳିଛି । ହେଲେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ରୀନିବାସ ଆଚାର୍ଯ୍ୟକୁ ଫେରାର କରାଇଥିବା ଅଭିଯୋଗରେ ଧାମନଗର ଏସଡିପିଓ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଅଟକ ରଖିଥିଲେ ଉତ୍ତେଜିତ ଲୋକ । ପରେ ବୁଝାସୁଝା କରିବା ପରେ ବିଳମ୍ବିତ ରାତ୍ରୀରେ ସ୍ଥିତି ସାମାନ୍ୟ ହୋଇଥିଲା । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ବି ପଢନ୍ତୁ...Dhamnagar Bypoll: BJD ନାଁରେ BJPର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ

ଶାସକ ଦଳ ବିରୋଧରେ ବିରୋଧୀ ଟଙ୍କା ବଣ୍ଟା ଅଭିଯୋଗ ଅଣିବା ପରେ ଦିନକୁ ଦିନ ଏ ଘଟଣା ଅଧିକରୁ ଅଧିକ ସାମ୍ନାକୁ ଆସିଛି । କେତେବେଳେ ସ୍ବୟଂ ସହାୟତ ଗୋଷ୍ଠୀ ସଦସ୍ୟାଙ୍କ ଜରିଆରେ ତ ପୁଣି କେତେବେଳେ ବିଜେଡି କର୍ମୀଙ୍କ ଜରିଆରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ଆସୁଛି । ହେଲେ ବିଜେଡି ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଏହାକୁ ଷଡଯନ୍ତ୍ର ବୋଲି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.