ETV Bharat / state

DFOଙ୍କୁ ଗୋଡାଇ ଗୋଡାଇ ବିଦାକଲା ବନ୍ୟପ୍ରାଣୀ ସଂଘର୍ଷ ସମିତି ସଂଗଠନ ! - chandabali DFO issue

ଡ଼ିଏଫଓ ଯଜ୍ଞଦତ୍ତ ପତି କାର୍ଯ୍ୟଭାର ନେବାକୁ ଚାନ୍ଦବାଲି ଆସି ହଟହଟା ହୋଇଛନ୍ତି । ସଂଘର୍ଷ ସମିତିର ସଦସ୍ୟମାନେ ଭାରପ୍ରାପ୍ତ ଡ଼ିଏଫଓ ଫେରିଯାଅ, ନିୟମିତ ଡ଼ିଏଫଓ ମୃତୟନ ଆମର ଦାବି ଆଦି ପ୍ଲାକାର୍ଡ଼ ଧରି ବିରୋଧ ପ୍ରଦର୍ଶନ କରିଥିଲେ । ଅଧିକ ପଢନ୍ତୁ...

ଡ଼ିଏଫଓଙ୍କୁ ଗୋଡ଼ାଇ ଗୋଡ଼ାଇ ବିଦାକଲା ବନ୍ୟପ୍ରାଣୀ ସଂଘର୍ଷ ସମିତି ସଂଗଠନ

author img

By

Published : Oct 22, 2021, 10:42 PM IST

ଭଦ୍ରକ: ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ଚାନ୍ଦବାଲିକୁ ପ୍ରଶାସନିକ ସ୍ତରରେ ଅନ୍ୟତ୍ର ଉଠାଇ ନେବା ପାଇଁ ବାରମ୍ବାର ଷଡ଼ଯନ୍ତ୍ର କରି ଅସଫଳ ହୋଇଥିବା ବେଳେ ଚଳିତ ବର୍ଷ ଜୁଲାଇ ମାସ ୨୬ ତାରିଖରେ ଡ଼ିଭିଜନ ରିଅର୍ଗାନାଇଜେସନ୍ ନାମରେ ଚାନ୍ଦବାଲି ବନ୍ୟପ୍ରାଣୀ ଡି଼ଭିଜନ୍‌କୁ ରାଜନଗର ଡ଼ିଭିଜନ୍‌ରେ ମିଶ୍ରଣ କରିବାକୁ ହାଇଲେବୁଲ୍ ଫୋରମରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଡ଼ିଏଫଓଙ୍କୁ ଗୋଡ଼ାଇ ଗୋଡ଼ାଇ ବିଦାକଲା ବନ୍ୟପ୍ରାଣୀ ସଂଘର୍ଷ ସମିତି ସଂଗଠନ

ଏହାକୁ କେନ୍ଦ୍ରକରି ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ, ପରିବେଶ ପ୍ରେମୀ ମିଳିତ ଭାବେ ‘ବନ୍ୟପ୍ରାଣୀ ସଂଘର୍ଷ ସମିତି’ ନାମରେ ଏକ ସଂଗଠନ ଗଢି ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ଆନ୍ଦୋଳନ କରିବା ସହ ନିୟମିତ ଡ଼ିଏଫଓ ମୁତୟନ କରିବାକୁ ଦାବି କରିଛନ୍ତି ।

ଦୀର୍ଘ ୮ ମାସ ହେବ ଏଠାରେ କୌଣସି ଡ଼ିଏଫଓଙ୍କୁ ନିୟମିତ ଭାବେ ମୁତୟନ କରାନଯାଇ ରାଜନଗର ଡ଼ିଏଫଓ ଯଜ୍ଞଦତ୍ତ ପତିଙ୍କୁ ଭାରପ୍ରାପ୍ତ ଭାବେ କାର୍ଯ୍ୟ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ସଂଘର୍ଷ ସମିତି ତୀବ୍ର ବିରୋଧ କରୁଥିବା ବେଳେ ଡ଼ିଏଫଓ ଯଜ୍ଞଦତ୍ତ ପତି କାର୍ଯ୍ୟଭାର ନେବାକୁ ଚାନ୍ଦବାଲି ଆସି ହଟହଟା ହୋଇଛନ୍ତି । ସଂଘର୍ଷ ସମିତିର ସଦସ୍ୟମାନେ ଭାରପ୍ରାପ୍ତ ଡ଼ିଏଫଓ ଫେରିଯାଅ, ନିୟମିତ ଡ଼ିଏଫଓ ମୃତୟନ ଆମର ଦାବି ଆଦି ପ୍ଲାକାର୍ଡ଼ ଧରି ବିରୋଧ ପ୍ରଦର୍ଶନ କରିଥିଲେ।

ଏହି ସୂଚନା ପାଇ ଡ଼ିଏଫଓ ପତି ଚାନ୍ଦବାଲିସ୍ଥିତ ଡ଼ିଏଫଓ କାର୍ଯ୍ୟାଳୟ ନଆସି ବିନତରା ବାଟ ଦେଇ ଲୁଚି ଲୁଚି ବାଲିଗାଁସ୍ଥିତ ରେଞ୍ଜ ଅଫିସରେ ଏସିଏଫଙ୍କ ଠାରୁ ଦାୟିତ୍ୱ ନେଉଥିବା ସମୟରେ ସଂଘର୍ଷ ସମିତିର ସଦସ୍ୟ ଓ ମହିଳା ସ୍ୱୟଂସହାୟିକା ଗୋଷ୍ଠିର ସଦସ୍ୟାମାନେ ସେଠାରେ ଯାଇ ଡ଼ିଏଫଓଙ୍କୁ ବିରୋଧ କରିବା ସହ କୌଣସି କାର୍ଯ୍ୟ କରାଇ ଦେଇନଥିଲେ ଏବଂ ସେଠାରୁ ଡ଼ିଏଫଙ୍କୁ ଫେରିଯିବା ପାଇଁ ଜିଦ୍ ଧରିଥିଲେ ।

ଫଳରେ ଡ଼ିଏଫଓ ବାଧ୍ୟ ହୋଇ ରାଜନଗର ଫେରିଯାଇଥିଲେ । ତାଙ୍କ ଉପରେ ଭରସା କରି ନପାରି ତାଙ୍କ ଗାଡ଼ିର ଆଗ ଓ ପଛରେ ବାଇକ ଧରି ଗୋଡ଼ାଇ, ଗୋଡ଼ାଇ ଚାନ୍ଦବାଲି ଠାରୁ ବିଦା କରିଦେଇଥିବା ଜଣାପଡ଼ିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.