ETV Bharat / state

ଭଦ୍ରକରେ ଭଦ୍ରକାଳୀଙ୍କ 'ସିଂହବାହିନୀ ବେଶ'

author img

By

Published : Oct 30, 2019, 2:56 PM IST

ମହାଆଡମ୍ବର ସହ ଭଦ୍ରକରେ ଚାଲିଛି ମା ଭଦ୍ରକାଳୀଙ୍କ ପୂଜାର୍ଚ୍ଚନା । ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ ।

ମା ଭଦ୍ରକାଳୀଙ୍କ 'ସିଂହବାହିନୀ ବେଶ'

ଭଦ୍ରକ: ମହାଆଡମ୍ବର ସହ ଭଦ୍ରକରେ ଚାଲିଛି ମା ଭଦ୍ରକାଳୀଙ୍କ ପୂଜାର୍ଚ୍ଚନା । ଏହି ଅବସରରେ ଭଦ୍ରକର ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ । ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।

ମା'ଙ୍କ ଏହି ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ପରମ ବୈଷ୍ଣବୀ ମା' ଭଦ୍ରକାଳୀଙ୍କ ଏହି ବେଶ ଦର୍ଶନ କରିବାକୁ ଶକ୍ତିପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳୁଛି ।

ଭକ୍ତମାନେ ଧାଡି ବାନ୍ଧି ଧୂପ, ଦୀପ, ଭୋଗ ଲଗାଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ପୀଠରେ ମାଙ୍କୁ ଦୁର୍ଗତୀ ନାଶିନୀ ସିଂହବାହିନୀ ବେଶରେ ପୂଜା କରାଯାଇଛି । ନାଲିପାଟ ବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ,ରୌପ୍ୟ ଓ ଅଳଙ୍କାରରେ ଭୂଷିତା ହୋଇଛନ୍ତି ମା ଭଦ୍ରକାଳୀ । ଆସନ୍ତାକାଲି ମା'ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହେବ । ଏନେଇ ମା'ଙ୍କ ସେବାୟତ ଓ କିଛି ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା...

ଭଦ୍ରକାଳୀଙ୍କ 'ସିଂହବାହିନୀ ବେଶ'

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : SINGHABAHINI BESA
FORMAT : DEFFORD
REPORT : DEBASIS MOHAPATRA / BHADRAK
DATE : 30.10.2019

ANCHOR : 'ମା' ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଦିନ ତମାମ ମା’ଙ୍କର ସିଂହବାହିନୀ ବେଶକୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗି ରହିଥିଲା। ଭକ୍ତମାନେ ଧାଡି ବାନ୍ଧି ଧୂପ, ଦୀପ, ଭୋଗ ଲଗାଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ମାଙ୍କୁ ଆଜି ଏହି ପୀଠରେ ଦୁର୍ଗତୀ ନାଶିନୀ ସିଂହବାହିନୀ ବେଶରେ ପୂଜା କରାଯାଇଛି। ସିଂହ ମାଙ୍କର ବାହନ ଥିବା ବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ, ଅଳଙ୍କାରରେ ଭୂଷିତା ହୋଇଛନ୍ତି ମା ଭଦ୍ରକାଳୀ। ଚାରି ହସ୍ତରେ ଖଡ଼ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ରକ୍ତବର୍ଣ୍ଣା ହୋଇ ପ୍ରକଟ ହୋଇଛନ୍ତି ମା ଭଦ୍ରକାଳୀ। ମହିଷାସୁରକୁ ବଦ୍ଧ କରି ଧରାରୁ ପାପକୁ ବିଦାୟ ଦେଇଛନ୍ତି ମା। ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଏହି ପୀଠକୁ ମଧ୍ୟ ଦୁର୍ଗା ମାଧବ ପୀଠ ବୋଲି କୁହାଯାଇଥାଏ। Body:ଆଜି ମାଙ୍କ ସିଂହ ବାହିନୀ ବେଶ ଦର୍ଶନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଆସନ୍ତାକାଲି ମା ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହେବ। ମାଆଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତ ମାନେ ଏଠାକୁ ଛୁଟି ଆସନ୍ତି। ମାଆଙ୍କ କରୁଣା ଭିକ୍ଷା କରନ୍ତି। ଏନେଇ ଆମେ ମାଙ୍କ ସେବାୟତ ଓ କିଛି ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲୁ।
wrap ରେ visual ଓ defford ଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.