ETV Bharat / state

ଜାଗର ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ, 4.30ରେ ଉଠିବ ମହାଦୀପ - ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା

ଜାଗର ଯାତ୍ରା ଅବସରରେ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ବାବା ଆଖଣ୍ଡଳମଣିଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଅଧିକ ପଢ଼ନ୍ତୁ

ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା
shivaratri at akhandalamani temple in bhadrak
author img

By

Published : Feb 18, 2023, 9:25 PM IST

ଜାଗର ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ

ଭଦ୍ରକ: ପବିତ୍ର ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ଜିଲ୍ଲାର ସମସ୍ତ ଶୈବପୀଠ । ଏହି କ୍ରମରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ପ୍ରବଳ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ମହାଦେବଙ୍କ ଦର୍ଶନ କରିଛନ୍ତି । ସକାଳୁ ସକାଳୁ ନିଜ ପରିଜନଙ୍କ ସହ ପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।

ମହାଶିବରାତ୍ରୀ ନେଇ ଶୁକ୍ରବାର ଠାରୁ ବାବା ଆଖଣ୍ଡଳମଣିଙ୍କ ସ୍ଵତନ୍ତ୍ର ଏକବାର ନୀତି ନିମନ୍ତେ ଭୋର 4 ଟାରେ ଦ୍ଵାର ଫିଟା ଯାଇଥିଲା । ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା । ପ୍ରାତଃ ସମସ୍ତ ନୀତିକାନ୍ତି ପରେ ଅପରାହ୍ନରେ ବାବା ଆଖଣ୍ଡଳମଣିଙ୍କୁ ଚାନ୍ଦୁଆ ଲାଗି କରାଯିବା ସହ ମନ୍ଦିରର ଗର୍ଭଗୃହର ଚୂଡ଼ାରେ ନୂଆ ନେତଲାଗି କରାଯାଇଥିଲା । ଏହାପରେ ସ୍ଵତନ୍ତ୍ର ବିଧି ଅନୁସାରେ ପୂଜା ରୀତିନୀତି ସମାପନ କରାଯାଇ ମନ୍ଦିର ପହଡ଼ ପଡିଥିଲା ।

ଆଜି ଭୋର 4 ଟାରେ ମଙ୍ଗଳବାର ଆଳତୀ କରାଯିବା ପରେ କନିକା ରାଜାଙ୍କ ପହିଲି ଘର୍ଷଣଲାଗି କରାଯାଇଛି । ଏହାପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡ଼ି ଅନ୍ନନୀତି ଭୋଗ ଲାଗି କରାଯିବା ପରେ ସକାଳ ପ୍ରାୟ 5 ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ତେବେ ରାତି 11ଟା ଯାଏ ସର୍ବସାଧାରଣ ଦର୍ଶନ ଜାରି ରହିବ । ଏଥିସହ ଆଜି ବାବା ଆଖଣ୍ଡଳମଣିଙ୍କ ସ୍ୱତନ୍ତ୍ର ପ୍ରହର ପୂଜା ସନ୍ଧ୍ୟା 6 ଟାରେ ସମ୍ପନ୍ନ ହୋଇଛି । ଯାହାକି ପ୍ରଥମ ପ୍ରହର ପୂଜା । ଏହି ପ୍ରହର ପୂଜାରେ ବିଧି ଅନୁଯାୟୀ ଘର୍ଷଣଲାଗି ଏବଂ ଜଳାଭିଷେକ କରାଯାଇଛି ।

ସେହିପରି ପର୍ଯ୍ୟାୟକ୍ରମେ ସନ୍ଧ୍ୟା 8 ଟାରେ ଦ୍ଵିତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ମଧୁସ୍ନାନ, ରାତି 10ଟାରେ ତୃତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ଦୁଗ୍ଧସ୍ନାନ, ରାତି 11ଟାରେ ଚତୁର୍ଥ ପ୍ରହର ପୂଜା, ଘୃତସ୍ନାନ, ଘର୍ଷଣଲାଗି, 108 କଳସ ଜଳଲାଗି, ପଞ୍ଚ ଉପଚାର ପୂଜା ଅନୁଷ୍ଠିତ ହେବ। ସାଧାରଣତଃ ଆଜି ସ୍ୱତନ୍ତ୍ର ଭାବେ ଚାରି ପ୍ରହର ପୂଜା ଅନୁଷ୍ଠିତ ହୁଏ । ଏହି ସମୟରେ ମହାଦେବଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି । ଚଳିତ ଥର ବିନା କଟକଣାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ପରିସରରେ ପୋଲିସ ଏବଂ ସ୍ବେଚ୍ଛାସେବୀ ସଂଗଠନ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.