ETV Bharat / state

ଭଦ୍ରକରେ କାର୍ଯ୍ୟରତ ଡେପୁଟି ସୁବେଦାରଙ୍କ ମୃତ୍ୟୁ, ତର୍ଜମା ଜାରି - ଡେପୁଟି ସୁବେଦାରଙ୍କ ମୃତ୍ୟୁ

ଇଦ ଉଲ ଜୁହା ଡ୍ୟୁଟିରେ ଆସି ଜିଲ୍ଲାରେ ଆଖି ବୁଜିଛନ୍ତି ଜଣେ ଡେପୁଟି ସୁବେଦାର । ଡେପୁଟି ସୁବେଦାର ଜଣଙ୍କ IRB 3 ବାଟାଲିଅନର ହୋଇଥିବା ବେଳେ ତାଙ୍କର ଏପରି ଅସ୍ବାଭାବିକ ମୃତ୍ୟୁକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଙ୍କି ମାରିଛି ।

bhadrak latest news, deputy subedar died in bhadrak, deputy subedar died on duty, on duty officer died in bhadrak, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ ଡେପୁଟି ସୁବେଦାରଙ୍କ ମୃତ୍ୟୁ, ଡେପୁଟି ସୁବେଦାରଙ୍କ ମୃତ୍ୟୁ, ଭଦ୍ରକରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ମୃତ୍ୟୁ
ଭଦ୍ରକରେ କାର୍ଯ୍ୟରତ ଡେପୁଟି ସୁବେଦାରଙ୍କ ମୃତ୍ୟୁ, ତର୍ଜମା ଜାରି
author img

By

Published : Aug 2, 2020, 4:36 PM IST

ଭଦ୍ରକ: ଇଦ ଉଲ ଜୁହା ଡ୍ୟୁଟିରେ ଆସି ଜିଲ୍ଲାରେ ଆଖି ବୁଜିଛନ୍ତି ଜଣେ ଡେପୁଟି ସୁବେଦାର । ଡେପୁଟି ସୁବେଦାର ଜଣଙ୍କ IRB 3 ବାଟାଲିଅନର ହୋଇଥିବା ବେଳେ ତାଙ୍କର ଏପରି ଅସ୍ବାଭାବିକ ମୃତ୍ୟୁକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଙ୍କି ମାରିଛି । ମୃତକ ଜଣଙ୍କ ଆଠଗଡ଼ ତିଗିରିଆ ଅଞ୍ଚଳର ପ୍ରଭାକର ପରିଡା ବୋଲି ଜଣା ପଡିଛି ।

ଭଦ୍ରକରେ କାର୍ଯ୍ୟରତ ଡେପୁଟି ସୁବେଦାରଙ୍କ ମୃତ୍ୟୁ, ତର୍ଜମା ଜାରି

ସୂଚନା ଅନୁଯାୟୀ ଇଦ ଉଲ ଜୁହା ଡ୍ୟୁଟି ପାଇଁ ସେ ଭଦ୍ରକ ଆସିଥିଲେ । ସେ ଡ୍ୟୁଟି ସମୟରେ ନିଜ ଟିମ ସହ ରହିଥିଲେ । ହେଲେ ହଠାତ୍‌ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତାଙ୍କର ବାନ୍ତି ଆରମ୍ଭ ହୋଇଥିଲା । ଏନେଇ ସହକର୍ମୀମାନେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ମେଡ଼ିସିନ ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ର ମୃତ୍ୟୁ ହୋଇଛି ।

ଭଦ୍ରକ ଏସପି ମେଡିକାଲ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । କେଉଁଭଳି ଭାବେ ତାଙ୍କର ମୃତ୍ୟୁ ହେଲା ତାହା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ବର୍ତ୍ତମାନ ଡାକ୍ତରୀ ଟିମ ମୃତ୍ୟୁର କାରଣକୁ ନେଇ ତର୍ଜମା ଜାରି ରଖିଥିବା ସେ ସ୍ପଷ୍ଟ କରିଛନ୍ତି । ଆବଶ୍ୟକ ହେଲେ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.