ETV Bharat / state

EPF ପେନସନ ଭୋଗୀଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କାର ପେନସନ ଦାବି

author img

By

Published : Jun 23, 2022, 8:52 PM IST

ଇପିଏଫ ପେନସନ ଭୋଗୀଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କାର ପେନସନ ଦେବା ଦାବିରେ ଓଡିଶା ଇପିଏଫ ପେନସନ ସଙ୍ଘ ଭଦ୍ରକ ଜିଲ୍ଲା ଶାଖା, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର । ଅଧିକ ପଢନ୍ତୁ

EPF ପେନସନ ଭୋଗୀଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କାର ପେନସନ ଦାବି
EPF ପେନସନ ଭୋଗୀଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କାର ପେନସନ ଦାବି

ଭଦ୍ରକ: ଇପିଏଫ ପେନସନ ଭୋଗୀଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କାର ପେନସନ ଦେବା ଦାବିରେ ଆଜି(ଗୁରୁବାର) ଓଡିଶା ଇପିଏଫ ପେନସନ ସଙ୍ଘ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଭିନବ ଉପାୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତିଙ୍କ ନେତୃତ୍ୱରେ ଶତାଧିକ ଇପିଏଫ ପେନସନ ଭୋଗୀ ମାନେ ଭଦ୍ରକ ମୁଖ୍ୟ ଡାକ ଘର ସମ୍ମୁଖରେ ପହଞ୍ଚି ଗୋଟିଏ ଗୋଟିଏ ପୋଷ୍ଟ କାର୍ଡ ଆଣି ନିଜର ସମସ୍ୟା ଓ ଦାବି ସମ୍ପର୍କରେ ଲେଖି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି ।

ତେବେ ସେମାନେ ଅଭିଯୋଗ କରିଛନ୍ତି ଇପିଏଫ ପକ୍ଷରୁ ଯେଉଁ ପେନସନ ମିଳୁଛି ସେଥିରେ ଏହି ବର୍ଗର କର୍ମଚାରୀ ମାନେ ଚଳିବା କଷ୍ଟକର ହୋଇପଡିଛି । ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ସବୁ କ୍ଷେତ୍ରରେ ଅନେକ ସଂସ୍କାର କରୁଛନ୍ତି ହେଲେ ଇପିଏଫ ପେନସନକୁ ବଢା଼ଉନାହାନ୍ତି କି ଉଚ୍ଚ ନ୍ୟାୟାଳୟର ପରାମର୍ଶକୁ କାର୍ଯ୍ୟକାରୀ କରୁନାହାନ୍ତି । ତେଣୁ ଶେଷରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ପୋଷ୍ଟକାର୍ଡ ମାଧ୍ୟମରେ ନିଜର ଦାବି ଜଣାଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.