ETV Bharat / state

ସାଇବର ଅପରାଧ: ଭଦ୍ରକରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ

author img

By

Published : Dec 5, 2020, 3:48 PM IST

Updated : Dec 5, 2020, 4:04 PM IST

ବିଭିନ୍ନ ନାମୀଦାମୀ କମ୍ପାନୀରେ ଆଇଡି ଖୋଲି ଲୋକଙ୍କୁ ଠକିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଭଦ୍ରକରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ସାଇବର ଅପରାଧରେ ଭଦ୍ରକରୁ ଅଭିଯୁକ୍ତଙ୍କୁ ଗିରଫକଲା ଦିଲ୍ଲୀ ପୋଲିସ

ଭଦ୍ରକ: ଦିଲ୍ଲୀରେ ଠକେଇ, ଭଦ୍ରକରୁ ଗିରଫ । ବିଭିନ୍ନ ନାମୀଦୀମୀ କମ୍ପାନୀ ନାମରେ ଫେକ୍ ଆଇଡି ଖୋଲି ଲକ୍ଷାଧିକ ଟଙ୍କା ଲୁଟିବା ଘଟଣାରେ ଧୂଷୁରୀ ଅଞ୍ଚଳରୁ ଜଣଙ୍କୁ ଗିରଫ କରାଯାଇଛି । ଧୂଷୁରୀ ପୋଲିସ ସହାୟତାରେ ଦିଲ୍ଲୀ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।

ସାଇବର ଅପରାଧ: ଭଦ୍ରକରୁ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ରାଜେନ୍ଦ୍ର ମଲ୍ଲିକ ନାମକ ଜଣେ ବ୍ୟକ୍ତି ବିଭିନ୍ନ ନାମୀଦାମୀ କମ୍ପାନୀ ନାମରେ ଫେକ୍ ଆଇଡି ଖୋଲିଥିଲେ । ଏହି ଆଇଡି ମାଧ୍ୟ୍ୟମରେ ସେ ଫ୍ଲାଇଟ୍ ଟିକେଟ୍ ବୁକିଂ କରିବା ସହ ବଡ ବଡ କମ୍ପାନୀରେ ଚାକିରି ବାହାରିଛି କହି ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏନେଇ ଜାଣିବା ପରେ ଦିଲ୍ଲୀ ପୋଲିସ ରାଜେନ୍ଦ୍ରଙ୍କୁ ଖୋଜାଖୋଜି କରୁଥିଲା ।

ତେବେ ଶୁକ୍ରବାର ରାଜେନ୍ଦ୍ର ତାଙ୍କ ଶ୍ବଶୁର ଘର ଭଦ୍ରକ ଜିଲ୍ଲା ଧୂଷୁରୀରେ ଥିବା ନେଇ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଥିଲା । ପରେ ଧୂଷୁରୀ ପୋଲିସ ସହାୟତାରେ ଦିଲ୍ଲୀ ପୋଲିସ ରାଜେନ୍ଦ୍ରଙ୍କୁ ଗିରଫ କରିଛି । ଏଥିସହ ଧୂଷୁରୀ ଥାନାରେ ରାଜେନ୍ଦ୍ରଙ୍କୁ ଜେରା କରାଯାଉଥିବା ଜଣାପଡିଛି । ଅନ୍ୟପଟେ ମାମଲାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Dec 5, 2020, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.