ETV Bharat / state

ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ, ଅନ୍ୟ ଜଣେ ଫେରାର - Cyber crime in bhadrak, one arrest

ଆଧାରକାର୍ଡ ସଂଶୋଧନ କରିବା ଆଳରେ କରୁଥିଲା ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ । ଆଉ ଏହି ଘଟଣାର ପର୍ଦ୍ଦାଫାଶ କରିବା ପରେ ଉଠାଇନେଲା ପୋଲିସ। ଅଧିକ ପଢନ୍ତୁ...

cyber crime
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Dec 11, 2019, 4:35 PM IST

ଭଦ୍ରକ: ଆଧାର କାର୍ଡ ସଂଶୋଧନ କରିବା ଆଳରେ ନିରୀହ ଲୋକଙ୍କ ଟିପ ଚିହ୍ନ ନେଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଯାଇଥିବା ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି । ଏଭଳି ସାଇବର ଠକେଇ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ, ଅନ୍ୟଜଣେ ଫେରାର ଅଛି । ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାସୁଦେବପୁର ଗୁଆଗଡ଼ିଆ ଗାଁର ସୌମ୍ୟରଞ୍ଜନ ଦାସ ।

ଗିରଫ ଅଭିଯୁକ୍ତ ପୂର୍ବରୁ ଆଧାର କାର୍ଡ ସଂଶୋଧନ କରୁଥିଲା । ସେତେବେଳେ ସେହି ଗାଁର ଆର୍ଯ୍ୟ ପ୍ରକାଶ ସାହୁ ନାମକ ଜଣେ ଯୁବକ ନିଜ ଆଧାରକାର୍ଡ ସଂଶୋଧନ କରିବା ପାଇଁ ଯାଇଥିଲେ । ସେତେବେଳେ ସେ ଦେଇଥିବା ଟିପ ଚିହ୍ନ ଓ ଦସ୍ତଖତକୁ ନେଇ ଆଇସିଆଇସିଆଇ ଓ କୋଟାକ ମହୀନ୍ଦ୍ରା ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ଋଣ ଉଠାଯାଇଥିଲା । ଏନେଇ ଆର୍ଯ୍ୟ ପ୍ରକାଶ ଥାନାରେ ଅଭିଯୋଗ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହି ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ଦାସକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନିକଟରୁ ଲାପଟପ, ପ୍ରିଣ୍ଟର, ଏଟିଏମ କାର୍ଡ, ସ୍ବାଇପ ମେସିନ, ବିଭିନ୍ନ ଲୋକଙ୍କ ଆଧାରକାର୍ଡ, ବ୍ୟାଙ୍କ ପାସବୁକ ଆଦି ଜବତ ହୋଇଛି । ଏ ଘଟଣାରେ ଜଡିତ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : CYBER CRIME
FORMAT : AVB
REPORT : DEBASIS MOHAPATRA / BHADRAK
DATE : 11.12.2019

ANCHOR : ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ ଓ ଅନ୍ୟଜଣେ ଫେରାର। ସୂଚନା ଅନୁଯାୟୀ ସାଧାରଣ ଲୋକଙ୍କ ଆଧାର କାର୍ଡ କରାଇବା ଆଳରେ ନିରୀହ ଲୋକଙ୍କର ଟିପ ଚିହ୍ନକୁ କଏଦ କରି ଲୋକମାନଙ୍କ ଅଜାଣତରେ ବ୍ୟାଙ୍କ ଖାତା ଖୋଲି ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇଥିବା ବାସୁଦେବପୁର ଥାନାରେ ଅଭିଯୋଗ ହେଇଛି। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଠକେଇର ସମ୍ପୃକ୍ତି ଥିବା ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି। ଗିରଫ ହେଇଥିବା ଯୁବକ ବାସୁଦେବପୁର ଗୁଆଗଡ଼ିଆ ଗାଁର ସୌମ୍ୟରଂଜନ ଦାସ କିଛି ବର୍ଷ ପୂର୍ବରୁ ଆଧାର କାର୍ଡ ସଂଶୋଧନ କରୁଥିଲା। ସେତେବେଳେ ସେହି ଗାଁର ଆର୍ଯ୍ୟ ପ୍ରକାଶ ସାହୁ ନାମକ ଜଣେ ଯୁବକ ନିଜ ଆଧାରକାର୍ଡ ସଂଶୋଧନ ପାଇଁ ଯାଇଥିଲେ। ସେତେବେଳେ ସେ ଦେଇଥିବା ଟିପ ଚିହ୍ନ ଓ ଦସ୍ତଖତକୁ କଏଦ କରି ଆଇସିଆଇସିଆଇ ଓ କୋଟାକ ମହୀନ୍ଦ୍ର ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ଋଣ ଉଠାଇଥିବା ଆର୍ଯ୍ୟ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। Body:ପୋଲିସ ଅଭିଯୋଗ ମୂଳେ ତାର ନିକଟରୁ ଲାପଟପ, ପ୍ରିଣ୍ଟର, ଏଟିଏମ କାର୍ଡ, ସ୍ୱାଇପ ମେସିନ, ବିଭିନ୍ନ ଲୋକଙ୍କ ଆଧାରକାର୍ଡ, ବ୍ୟାଙ୍କ ପାସବହି କୁ ଜବଦ କରିଥିବାବେଳେ ଠକେଇ କରିଥିବା ସୌମ୍ୟ ରଞ୍ଜନଙ୍କୁ ଗିରଫ କରିଛି ଓ ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟ ଜଣେ ଫେରାର ହେଇଯାଇଥିବା ଅଭିଯୁକ୍ତ କୁ ପୋଲିସ ଖୋଜୁଥିବା ଜଣାପଡିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
Bite : ଆର୍ଯ୍ୟ ପ୍ରକାଶ ସାହୁ_ଅଭିଯୋଗକାରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.