ETV Bharat / state

ଭଦ୍ରକରେ ବୃଦ୍ଧଙ୍କୁ ଅପହରଣ-ହତ୍ୟା ଘଟଣା: କ୍ରାଇମ ସିନ୍ ରିକ୍ରିଏସନ୍ କଲା ପୋଲିସ - ଭଦ୍ରକରରେ ବୃଦ୍ଧ ଅପହରଣ ଓ ହତ୍ୟା ଘଟଣା

ଭଦ୍ରକର ପୀରହାଟ ଥାନା ଅଞ୍ଚଳରେ ବୃଦ୍ଧଙ୍କୁ ଅପହରଣ କରି ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡ ଆବେଦନ କଲା ପୋଲିସ । କ୍ରାଇମ ସିନ୍ ରିକ୍ରିଏସନ୍ କରିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ଅଭିଯୁକ୍ତକୁ ହାଜର କରାଯାଇଛି । ଦେଇଥିବା ବୟାନରେ ସେ ଏକୁଟିଆ ବୃଦ୍ଧଙ୍କ ବେକରେ ସୁତୁଲୀ ଲଗାଇ ହତ୍ୟା କରିଥିବା ସ୍ବୀକାର କରିଥିଲା । ଅଧିକ ପଢ଼ନ୍ତୁ

ଭଦ୍ରକରରେ ବୃଦ୍ଧଙ୍କୁ ଅପହରଣ ଓ ହତ୍ୟା ଘଟଣା: କ୍ରାଇମ ସିନ୍ ରିକ୍ରିଏସନ୍ ପରେ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡ ପାଇଁ ପୋଲିସର ଆବେଦନ

author img

By

Published : Jun 15, 2022, 10:15 AM IST

ଭଦ୍ରକ: ପୀରହାଟ ଥାନା ଅଞ୍ଚଳରେ ବୃଦ୍ଧଙ୍କୁ ଅପହରଣ କରି ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡ ଆବେଦନ କଲା ପୋଲିସ । କ୍ରାଇମ ସିନ୍ ରିକ୍ରିଏସନ୍ କରିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ଅଭିଯୁକ୍ତକୁ ହାଜର କରାଯାଇଛି । ଦେଇଥିବା ବୟାନରେ ସେ ଏକୁଟିଆ ବୃଦ୍ଧଙ୍କ ବେକରେ ସୁତୁଲୀ ଲଗାଇ ହତ୍ୟା କରିଥିବା ସ୍ବୀକାର କରିଥିଲା । ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସାମିଲ ଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଭଦ୍ରକରେ ବୃଦ୍ଧଙ୍କୁ ଅପହରଣ-ହତ୍ୟା ଘଟଣା: କ୍ରାଇମ ସିନ୍ ରିକ୍ରିଏସନ୍ କଲା ପୋଲିସ

ସୂଚନା ଅନୁସାରେ ମେ ୨୮ ତାରିଖରେ ଉପରଦୁମୁକାର ଗାଁରୁ ଧରଣୀଧର କୁଅଁରଙ୍କୁ ଧୁଷୁରୀ ଥାନାଧିନ ଭଣ୍ଡାରୀପଡା ଗାଁର ଶୁଭେନ୍ଦୁ ପଣ୍ଡା ନାମକ ଯୁବକ କୋଲକାତାରେ ଥିବା ଦୋକାନ ଘର ଭଡା ଟଙ୍କା ଦେବ କହି ଡାକି ନେଇଥିଲା । ପରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ଶୁଭେନ୍ଦୁକୁ ପଚାରିଥିଲେ । କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ପରଦିନ ଧୁଷୁରୀ ଥାନାରେ ବୃଦ୍ଧ ଅପହରଣ ହୋଇଥିବା ନେଇ ତାଙ୍କ ପୁଅ ପ୍ରଦୀପ କୁଅଁର ଏତଲା ଦେଇଥିଲେ । ପରେ ଜୁନ ୨ ତାରିଖରେ ଧରଣୀଧରଙ୍କର ଗଳିତ ମୃତଦେହ ଧୁଷୁରୀ ଥାନା କୁଚିଳା ନଦୀ ପଙ୍ଗଟା ନିକଟରୁ ଉଦ୍ଧାର ହୋଇଥିଲା । ବହୁ ଖୋଜାଖୋଜି ପରେ ତାମିଲନାଡୁର କନକପାଲାୟନ ତିରୁପୁରମରୁ ଅଭିଯୁକ୍ତ ଶୁଭେନ୍ଦୁକୁ ବାନ୍ଧିଥିଲା ପୋଲିସ । ତେବେ ବୃଦ୍ଧଙ୍କ କୋଲକାତାରେ ଥିବା ଦୋକାନ ଗୃହ ବିକ୍ରିକୁ ନେଇ ବିବାଦ ଉପୁଜିଥିବାରୁ ଅଭିଯୁକ୍ତ ହତ୍ୟା କରିଥିବା ସ୍ବୀକାର କରିଛି ।

ଭଡା ଦେବ କହି ଘରୁ ଡାକିନେଇ ଆରଡି ସ୍ଥିତ ସାହୁସାହି ନିକଟସ୍ଥ ନଦୀ କୂଳକୁ ନେଇଥିଲା । ସେଠାରେ ସେ ମଳତ୍ୟାଗ କରିବ ବୋଲି କହି କିଛି ସମୟରେ ପରେ ପଛପଟୁ ଯାଇ ଟେଣ୍ଟ ବନ୍ଧା ସୁତୁଲୀରେ ବେକରେ ଚାପି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ କରିବା ଲାଗି ମୃତଦେହକୁ ଏକ ବସ୍ତାରେ ବାନ୍ଧି ନଦୀକୁ ଫିଙ୍ଗି ଦେଇଥିବା କ୍ରାଇମ୍ ସିନ୍ ରିକ୍ରିଏସନରେ ଉପସ୍ଥାପନ କରିଛି । ଏଥିସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ୍ କରି ତଦନ୍ତ ଚଳାଇଛି । ହେଲେ ଅଭିଯୁକ୍ତ ଦେଇଥିବା ବୟାନରେ ସେ ଏକୁଟିଆ ବେକରେ ସୁତୁଲୀ ଲଗାଇ ବୃଦ୍ଧଙ୍କ ତଣ୍ଟି ଚିପି ହତ୍ୟା କରିବା ଘଟଣାକୁ ପୋଲିସ ସହଜରେ ଗ୍ରହଣ କରିପାରିନି । ତେବେ ଏନେଇ ଅଧିକ ତଦନ୍ତ ପାଇଁ ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.