ETV Bharat / state

ବାତ୍ୟାଞ୍ଚଳ ପରିଦର୍ଶନ କଲା ସିପିଆଇ(ଏମ)

ସିପିଆଇ(ଏମ) ପକ୍ଷରୁ ବାତ୍ୟାଞ୍ଚଳ ପରିଦର୍ଶନ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ୟା ବିପିନ୍ନଙ୍କୁ ଭେଟିବା ସହ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 11, 2021, 10:18 PM IST

CPIM visit cyclone yaas
ସିପିଆଇ(ଏମ) ପକ୍ଷରୁ ବାତ୍ୟାଞ୍ଚଳ ପରିଦର୍ଶନ

ଭଦ୍ରକ: ବାତ୍ୟା ୟସ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲା ସିପିଆଇ(ଏମ) । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ୟା ବିପନ୍ନଙ୍କୁ ଭେଟିବା ସହ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।

ସିପିଆଇ(ଏମ) ପକ୍ଷରୁ ବାତ୍ୟାଞ୍ଚଳ ପରିଦର୍ଶନ

ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଦାସ ପ୍ରମୁଖ ଜିଲ୍ଲା ସ୍ତରୀୟ ନେତୃବୃନ୍ଦଙ୍କ ସହିତ ଚାନ୍ଦବାଲି, ଧାମରା, ଘଣ୍ଟେଶ୍ବର ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ । ବିପନ୍ନଙ୍କୁ ଭେଟି ପ୍ରକୃତ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ବାତ୍ୟା ‘ୟସ’ ଘର ଦ୍ବାର ଉଡେଇ ନେଇଥିବା ବେଳେ ଗଛ ଭାଙ୍ଗିଥିଲା । ଏଥି ସହିତ ସମୁଦ୍ରରୁ ଲୁଣା ଜଳ ଚାରିଆଡେ ମାଡି ଯାଇଛି । ଫଳରେ ବ୍ୟାପକ ଭାବେ ଫସଲ ନଷ୍ଟ ହେବା ସହିତ ଗାଁ ରାସ୍ତା, ଚାଳଘର ଉଜୁଡି ଯାଇଛି । ବାତ୍ୟା ନସରୁଣୁ ବନ୍ୟା ଜଳ ପ୍ରବେଶ ଲୋକଙ୍କ ନିଦ ହଜେଇ ଦେଇଥିଲା। ହେଲେ ପ୍ରଶାସନର ସହାୟତା ସମୂଦ୍ରକୁ ଶଙ୍ଖେ ସଦୃଶ ବୋଲି ଆରୋପ କରିଛି ଦଳ । କୋରୋନା କାଳରେ କଳକାରଖାନା ବନ୍ଦ ରହିଥିବା ସହ ଲକଡାଉନ୍ ଓ ସଟ୍‌ ଡାଉନରେ ଲୋକେ କାମଧନ୍ଦାକୁ ଯାଇ ପାରୁନଥିବା ବେଳେ ଏପରି ପ୍ରାକୃତିକ ଦୁର୍ବିପାକ ସମୟରେ ପ୍ରଶାସନର ସହାୟତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ।

ପ୍ରଶାସନ ପକ୍ଷରୁ ବିପନ୍ନମାନଙ୍କୁ ଏକ ମାସ ପାଇଁ ରିଲିଫ ଯୋଗାଇ ଦେବାଲାଗି ଦାବି କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଲାସୁତୁରାରେ ବିପନ୍ନ ମାନଙ୍କୁ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି । ଭଙ୍ଗା ଘରେ ବିପନ୍ନମାନେ କାଳାତିପାତ କରୁଥିବା ବେଳେ ଏଯାଏଁ ପ୍ରଶାସନ ପକ୍ଷରୁ ସଠିକ କ୍ଷେତ୍ରୀୟ ତଦନ୍ତ କରାଯାଇ ନଥିବା ସିପିଆଇ(ଏମ) ରାଜ୍ୟ ନେତୃତ୍ବ ଅଭିଯୋଗ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.