ଭଦ୍ରକ: ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ। ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ ଶୁକ୍ରବାର ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଛି । ଯେଉଁଥିରେ 20ରୁ ଅଧିକ ଗୋରୁ ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ପିକଅପ ଗାଡିଟି 30ରୁ ଅଧିକ ଗୋରୁ ବେଆଇନ ଭାବରେ ଚାଲାଣ କରି କଟକରୁ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ପରେ ସ୍ଥାନୀୟ ଲୋକେ ଗାଡିକୁ ଉଠାଇ ଗୋରୁଙ୍କୁ ଉଦ୍ଧାର କରିଥିଲେ।
ଏପଟେ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିବାବେଳେ ଖବର ପାଇ ଘଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ଏନେଇ ଅଧିକ ତଦନ୍ତ ଜାରୀ ରଖିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ