ETV Bharat / state

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କଲେ କାଉନ୍‌ସିଲର

author img

By

Published : Nov 27, 2022, 11:00 PM IST

ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଗର୍ଜିଲେ ସ୍ବାଧୀନ ଏବଂ କଂଗ୍ରେସ କାଉନ୍‌ସିଲର । ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ଦାବି । ଅଧିକ ପଢ଼ନ୍ତୁ

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କଲେ କାଉନ୍‌ସିଲର
ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କଲେ କାଉନ୍‌ସିଲର

ଭଦ୍ରକ: ପୌରପାଳିକାରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଗର୍ଜିଲେ ସ୍ବାଧୀନ ଏବଂ କଂଗ୍ରେସ କାଉନ୍‌ସିଲର । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୌର ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।

କଂଗ୍ରେସ ଓ ସ୍ବାଧିନ କାଉନସିଲରମାନଙ୍କ ଅଭିଯୋଗ ଅନୁଯାୟୀ ନିକଟରେ କିଛି ହିତାଧିକାରୀ କାଉନସିଲରଙ୍କ ସହାୟତାରେ ନିଜ ଘରେ ଭତ୍ତା ପାଇବାକୁ ନେଇ ଅନୁରୋଧ କରିଥିଲେ । ଆଇନ ଅନୁଯାୟୀ ଯେଉଁଭଳି ଭତ୍ତା ଆବଣ୍ଟନ କରାଯାଉଛି ସେହି ଅନୁଯାୟୀ ପ୍ରକ୍ରିୟା ଜାରି ରହିବ ବୋଲି କହିଥିଲେ ନିର୍ବାହୀ ଅଧିକାରୀ । ଯାହାକୁ ନେଇ କାଉନସିଲରଙ୍କ ସହ ହିତାଧିକାରୀ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାର ପ୍ରତିବାଦରେ ୨ ଦିନ ଧରି ପୌର କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନ ହଟିଥିଲା ।

ତେବେ ନିର୍ଦ୍ଦିଷ୍ଟ କିଛି କାଉନସିଲରଙ୍କ ବିରୋଧରେ କାର୍ଯ୍ୟନିର୍ବାହୀ ଅଧିକାରୀ ଥାନାରେ ମାମଲା ଦାୟର କରିଥିବା ଅଭିଯୋଗ କରି ଏହି କାଉନସିଲରମାନେ ପ୍ରତିବାଦ କରିଛନ୍ତି । ତେବେ ୭୨ ଘଣ୍ଟା ମଧ୍ୟରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବଦଳି କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏବଂ ସ୍ବାଧୀନ କାଉନସିଲରମାନେ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ଦାବି ଜଣାଇଛନ୍ତି । ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ୭୨ ଘଣ୍ଟା ପରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ନହେବା ପର୍ଯ୍ୟନ୍ତ ପୌର ପାଳିକାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ କରିବେ ବୋଲି କାଉନସିଲରମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.