ETV Bharat / state

କୋରୋନା ସ୍ଥିତି ସମୀକ୍ଷା କଲେ ଭଦ୍ରକ ଜିଲ୍ଲାପାଳ

author img

By

Published : May 16, 2021, 9:44 PM IST

ଭଦ୍ରକ ଜିଲ୍ଲାରେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ କୋରୋନା କାଳରେ ସରକାର ତଥା ଜିଲ୍ଲା ପ୍ରଶାସନର ସମସ୍ତ କୋଭିଡ ଗାଇଡ଼ଲାଇନକୁ ନିର୍ବାହ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଅପିଲ କରିଛନ୍ତି। ଅଧିକ ପଢନ୍ତୁ...

କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଭଦ୍ରକ: କୋରୋନାର ଦ୍ବିତୀୟ ଲହର ଭୟାବହତାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଲକଡାଉନ ଜାରି ହେବା ସହ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ କଟକଣାକୁ କଡାକଡି କରାଯାଇଛି। ଅଧିକାଂଶ ଲୋକଙ୍କ ଠାରେ ଲକ୍ଷଣ ପରିଲକ୍ଷିତ ନ ହେଉଥିଲେ ମଧ୍ୟ ସେମାନେ ସଂକ୍ରମିତ ରହୁଛନ୍ତି।

କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ଯାହାକି କିଛି ଦିନ ପରେ ଲକ୍ଷଣ ପ୍ରକାଶ ପାଇଲେ ମଧ୍ୟ ସେମାନେ କୋଭିଡ ଟେଷ୍ଟ ନକରି ଅଯଥା ଔଷଧ ଖାଇ ସମୟ ଅତିବାହିତ କରି ବିଳମ୍ବରେ କୋଭିଡ ଟେଷ୍ଟ କରୁଛନ୍ତି। ତେଣୁ ସେମାନେ ନିଜକୁ ଅଯଥାରେ ବିପଦ ମୁହଁକୁ ନେଇ ଯାଉଥିବା ବେଳେ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରୁଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ।

ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ କୋଭିଡ ଟେଷ୍ଟ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ଦୈନିକ 1800 କୋଭିଡ ଟେଷ୍ଟ କରାଯାଉଛି। କୋଭିଡ ଟେଷ୍ଟ ବୃଦ୍ଧି କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାରେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ କୋରୋନା କାଳରେ ସରକାର ତଥା ଜିଲ୍ଲା ପ୍ରଶାସନର ସମସ୍ତ କୋଭିଡ ଗାଇଡ଼ଲାଇନକୁ ନିର୍ବାହ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଅପିଲ କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.