ETV Bharat / state

ଭଦ୍ରକରେ ବଢୁଛି କୋଭିଡ ମାମଲା: ଆଣ୍ଟିଜେନ ଟେଷ୍ଟକୁ କ୍ରିୟାଶୀଳ କରିବା ପାଇଁ ପ୍ରଶାସନର ନିଷ୍ପତ୍ତି

author img

By

Published : Aug 18, 2020, 8:20 AM IST

ଭଦ୍ରକରେ ବଢୁଛି କୋରୋନା ସଂକ୍ରମଣ , ଚିନ୍ତାରେ ପ୍ରଶାସନ । ଆଣ୍ଟିଜେନ ଟେଷ୍ଟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି । ଅଧିକ ପଢନ୍ତୁ....

corona positive cases increase in bhadrak district
ଭଦ୍ରକରେ ବଢୁଛି କୋଭିଡ ମାମଲା :ଆଣ୍ଟିଜେନ ଟେଷ୍ଟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନର ନିଷ୍ପତ୍ତି

ଭଦ୍ରକ: ଜିଲ୍ଲାରେ ସୋମବାର ଦିନ ସମସ୍ତ 104 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି । ଜିଲ୍ଲା ଏବେ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରଥମେ 500 ଆଣ୍ଟିଜେନ ଟେଷ୍ଟ ହେଉଥିବା ବେଳେ ବର୍ତ୍ତମାନ 2000ରୁ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯାଉଛି ବୋଲି ସେ କହିଛନ୍ତି । ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ବୃଦ୍ଧି କରାଯାଇଥିବାରୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏଥିରେ ଭୟଭୀତ ହେବାର ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏଥିସହ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆଣ୍ଟିଜେନ ଟେଷ୍ଟ ସହ ଲୋକ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ମଧ୍ୟ ଜାରି ରହିଛି । ଅନ୍ୟପକ୍ଷରେ ଯେଉଁମାନେ ସ୍ଵେଚ୍ଛାକୃତ ଭାବେ ଚାହିଁବେ, ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଆଣ୍ଟିଜେନ ଟେଷ୍ଟ କରିବାର ସୁଯୋଗ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । କୋରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.