ETV Bharat / state

ଭଦ୍ରକ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି : ସୁବ୍ରତ ଦାସ

author img

By

Published : Nov 8, 2020, 8:50 PM IST

ଭଦ୍ରକ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ ସଭାପତି । ଅଧିକ ପଢନ୍ତୁ...

ଭଦ୍ରକ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଛି । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

ଖବର ଅନୁଯାୟୀ, ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ଜିଲ୍ଲାମାନଙ୍କରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଭଦ୍ରକ କାହିଁକି ବାଦ ପଡିଲା ବୋଲି ଦଳ ପ୍ରଶ୍ନ ଉଠାଇଛି । ଏଥିସହ କୋଭିଡ ପରିଚାଳନାରେ ଜିଲ୍ଲା ପ୍ରଶାସନ ତଥା ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ବିଫଳ ହେବା ସହ ଏନେଇ ବ୍ୟାପକ ଅର୍ଥ ହଡ଼ପ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ତେବେ ଭଦ୍ରକ ମେଡିକାଲରେ ଥିବା ଭେଣ୍ଟିଲେଟର ଗୁଡିକୁ କୋରୋନା କାଳରେ କାହିଁକି କାର୍ଯ୍ୟକ୍ଷମ କରାନଯାଇ ଜରି ଘୋଡାଇ ରଖାଯାଇଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ମୋଟାମୋଟି ଜିଲ୍ଲାର ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି କହିଛନ୍ତି ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ।

ଏହି ସବୁ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପାଇଁ ଦଳ ପକ୍ଷରୁ ଜିଲ୍ଲା ପ୍ରଶାସନକୁ 15 ଦିନର ଅଲଟିମେଟମ ଦିଆଯାଇଥିବା କହିଛନ୍ତି ସୁବ୍ରତ ଦାସ । ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି, ତେବେ ଆଗାମୀ ଦିନରେ ଭଦ୍ରକ ବନ୍ଦ ଡାକରା ଦେବାକୁ ଦଳ ବାଧ୍ୟ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.