ETV Bharat / state

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର 12 ଘଣ୍ଟିଆ ବନ୍ଦ ଡାକରା

author img

By

Published : Dec 6, 2020, 9:59 PM IST

ପୁଣି ଜୋର ଧରିଲା ଭଦ୍ରକର ସହରରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି । 10 ତାରିଖରେ 12 ଘଣ୍ଟିଆ ବନ୍ଦ ଡାକରା ଦେଲା ଜିଲ୍ଲା କଂଗ୍ରେସ । ପଢନ୍ତୁ ଅଧିକ.....

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର 12 ଘଣ୍ଟିଆ ବନ୍ଦ ଡାକରା
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର 12 ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ: ପୁଣି ଜୋର ଧରିଲା ସହରରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି । 10 ଡିସେମ୍ବର ଗୁରୁବାର ଭଦ୍ରକ ସହରରେ 12 ଘଣ୍ଟିଆ ବନ୍ଦ ପାଳନ କରିବା ପାଇଁ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ଏ ନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଦଳର ଅଭିଯୋଗ ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୂରା ଠପ ହୋଇପଡିଥିବାବେଳେ କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦିଆଯାଉଛି । ସାମାନ୍ୟରୁ ସାମାନ୍ୟ ରୋଗ ଚିକିତ୍ସା ପାଇଁ ସାଧାରଣ ରୋଗୀକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । ସେହିପରି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିଲେ ସୁଦ୍ଧା ଆବଶ୍ୟକୀୟ ଡାକ୍ତର ଆଣିବାରେ ଶାସକ ଦଳ ବିଫଳ ହୋଇଥିବା ମଧ୍ୟ ଅଭିଯୋଗ କରିଛି ଦଳ ।

କୋଭିଡ଼ ପରିଚାଳନାରେ ବିଫଳ ହେବା ସହିତ ପ୍ରଶାସନ ଓ ଶାସକ ମିଳିତ ଭାବରେ କୋଟି କୋଟି ଟଙ୍କା ଲୁଟ କରିଛନ୍ତି। କେଉଁ ବାବଦରେ କେତେ ଖର୍ଚ୍ଚ ହୋଇଛି ତାହା ଜନସାଧାରଣଙ୍କ ଅବଗତି ପାଇଁ ପ୍ରଶାସନ ଶ୍ୱେତପତ୍ର ଜାରି କରୁ ବୋଲି ସମ୍ମିଳନୀରେ ଦାବି ମଧ୍ୟ ହୋଇଛି ।

ତେଣୁ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନିହାତି ଆବଶ୍ୟକ ବୋଲି ଦଳ ପକ୍ଷରୁ ଦାବି ହୋଇଛି । ତେଣୁ ଏହା ପାଇଁ ଆସନ୍ତା 10 ତାରିଖରେ 12 ଘଣ୍ଟିଆ ଭଦ୍ରକ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି ।

ଏହି ସମ୍ମିଳନୀରେ ବରିଷ୍ଠ ନେତା ଅବଦୁଲ ମୁକିତ୍ ଖାଁ, ପଞ୍ଚାୟତରାଜ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ହେମନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.