ETV Bharat / state

ଛାତ୍ରଛାତ୍ରୀଙ୍କଠୁ ବେଆଇନ ଭାବେ ଟଙ୍କା ଆଦାୟ, ପ୍ରିନ୍ସିପାଲଙ୍କ ପାଖରେ ନାହିଁ ଖବର

author img

By

Published : May 11, 2023, 11:59 AM IST

Updated : May 11, 2023, 2:33 PM IST

କଲେଜ କର୍ତ୍ତୃପକ୍ଷଙ୍କ ମନମାନୀ । ଅନର୍ସ ସେମିନାର ପ୍ରୋଜେକ୍ଟ ପାଇଁ ଧାର୍ଯ୍ୟ ଫି' ଠାରୁ ଛାତ୍ରଛାତ୍ରୀଠୁ ଅଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ

ଛାତ୍ରଛାତ୍ରୀଙ୍କଠୁ ବେଆଇନ ଭାବେ ଟଙ୍କା ଆଦାୟ

ଭଦ୍ରକ: କଲେଜରେ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ । ଅନର୍ସ ସେମିନାର ପ୍ରୋଜେକ୍ଟ ପାଇଁ ଧାର୍ଯ୍ୟ ଫି' ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ । ଭଦ୍ରକ ଜିଲ୍ଲା ସ୍ଥିତ ସାଳନ୍ଦୀ ଡିଗ୍ରୀ କଲେଜରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ପ୍ରୋଜେକ୍ଟ ଫି' ବାବଦକୁ ଛାତ୍ରଛାତ୍ରୀଙ୍କ ଠାରୁ ୮୦୦ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅଭିଯୋଗ ଅନୁଯାୟୀ, ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜରେ ଅନର୍ସ ସେମିନାର ପ୍ରୋଜେକ୍ଟ ପେପର ପାଇଁ ଏକ ନିର୍ଦ୍ଦିଷ୍ଟ ଦେୟ ପୈଠ କରିବାକୁ ପଡିଥାଏ । ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ତଥା ରିଆଡମିସନ ସମୟରେ ଏହି ଅର୍ଥ ରାଶି କଲେଜ ଆଦାୟ କରିଥାଏ । ଯାହାକି ସାଳନ୍ଦି ଡିଗ୍ରୀ କଲେଜର ଅନର୍ସ ଛାତ୍ରଛାତ୍ରୀ ମଧ୍ୟ ପୈଠ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ପୁନର୍ବାର ଅନର୍ସ ସେମିନାର ପ୍ରୋଜେକ୍ଟ ପେପର ପାଇଁ ଆହୁରି 800 ଟଙ୍କା ପୈଠ କରିବାକୁ ସେମାନଙ୍କୁ କୁହାଯାଇଥିଲା । ମାତ୍ର ଆଦାୟ କରାଯାଉଥିବା ଏହି ଟଙ୍କାର ମନି ସରିଦ ପ୍ରଦାନ କରାଯାଇ ନଥିଲା । କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ସରକାରୀ ନୋଟିସ୍ ଆସିଛି କହି ପିଲାଙ୍କ ଠାରୁ ଟଙ୍କା ନେଇଥିଲେ ।

ଏହାପରେ ଛାତ୍ରଛାତ୍ରୀ ଉକ୍ତ ନୋଟିସ୍ ଦେଖାଇବାକୁ କହିଥିଲେ ହେଁ ବିଭାଗୀୟ ଅଧ୍ୟାପକ ସେମାନଙ୍କୁ ଏହା ଦେଖାଇ ନଥିବା ଅଭିଯୋଗ ହୋଇଛି । ଏପରିକି କଲେଜ ପକ୍ଷରୁ ଉକ୍ତ ନୋଟିସ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇନାହିଁ ବୋଲି ମଧ୍ୟ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ବେଆଇନ ଟଙ୍କା ଆଦାୟର ପ୍ରତିବାଦ କଲେ ଛାତ୍ରଛାତ୍ରୀଙ୍କୁ ବ୍ୟାକ ଲଗାଇବା ଓ ପରୀକ୍ଷା ସମୟରେ ହଇରାଣ ହରକତ କରିବାର ଭୟ ଦେଖାଯାଉଛି ବୋଲି ଅଭିଯୋଗ ହୋଇଛି । ଶେଷରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ 800 ଟଙ୍କା ପୈଠ କରିଥିବା କହିଛନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ଜୋରଦାର ପ୍ରତିବାଦ କରିଛନ୍ତି ସାଳନ୍ଦୀ କଲେଜର ଛାତ୍ରଛାତ୍ରୀ । କଲେଜ କର୍ତ୍ତୃପକ୍ଷ ସରକାରୀ ନୋଟିସ ଦେଖାନ୍ତୁ ନଚେତ ଟଙ୍କାର ହିସାବ ଦିଅନ୍ତୁ ଏବଂ ଏହାକୁ ଫେରସ୍ତ କରନ୍ତୁ ବୋଲି ପିଲାଏ ଦାବି କରିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଅଧିକ ଟଙ୍କା ଆଦାୟ ସମ୍ପର୍କରେ କଲେଜ ଅଧ୍ୟକ୍ଷାଙ୍କୁ ପଚାରିବାରୁ ଏନେଇ ତାଙ୍କ କୌଣସି ଖବର ନଥିବା କହିଛନ୍ତି । ଘଟଣା ସମ୍ପର୍କରେ ବର୍ତ୍ତମାନ ଅବଗତ ହେଲେ ଏବଂ ଏହାର ଅନୁଧ୍ୟାନ କରିବେ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା ସଫେଇ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : May 11, 2023, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.