ଭଦ୍ରକ: ଚୋରା କୋଇଲା ଚାଲାଣ ହେଉଥିବା ଗାଡି ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଛି ଭଦ୍ରକ ସାବରଙ୍ଗ ଫାଣ୍ଡି ପୋଲିସ । ସାବରଙ୍ଗ ଫାଣ୍ଡି ପୋଲିସ କୈଣସି ସୁତ୍ରରୁ ଖବର ପାଇ ଏହି ଚୋରା କୋଇଲା ଗାଡ଼ି କୁ ପିଛା କରିଥିଲା। ପରେ ଏରଡା କେନାଲ ଛକରେ ଗାଡିଟିକୁ ଅଟକାଇବାରେ ସଫଳ ହୋଇଥିଲା ପୋଲିସ । ଉକ୍ତ ଗାଡ଼ିକୁ ଜବତ କରିବା ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।
ଗିରଫ ହୋଇଥିବା ଏହି 2 ଜଣ ହେଲେ ଭଗବାନ ସାହୁ ଓ ଜଗବନ୍ଧୁ ନାୟକ । ତେବେ ଏହି ଗାଡ଼ିରେ 57 ବସ୍ତା ଚୋରା କୋଇଲା ଥିବା ଜଣାପଡିଛି। ଏ ଦୁହିଁଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ