ଭଦ୍ରକ: ଚୋରା ଚାଲାଣ ବେଳେ କୋଇଲା ବୋଝେଇ ପିକଅପ୍ ଭ୍ୟାନ ଜବତ । ବାସୁଦେବପୁର ଥାନା ଅଧିନସ୍ଥ ଚୁଡାମଣି ଠାରେ ଏକ କୋଇଲା ବୋଝେଇ ଭ୍ୟାନକୁ ଜବତ କରିଛି ଚୁଡାମଣି ମେରାଇନ ପୋଲିସ । ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ଭ୍ୟାନଟିକୁ ଥାନାକୁ ଆଣିଛି ପୋଲିସ ।
ଭ୍ୟାନରେ ପାଖାପାଖି 50 ବସ୍ତା କୋଇଲା ଚାଲାଣ ହେଉଥିଲା । ଚୁଡାମଣି ମେରାଇନ ପୋଲିସ ପାଟ୍ରୋଲିଂ କରିବା ସମୟରେ ଗାଡିକୁ ଜବତ କରିଛି । ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ଧାମରା ବନ୍ଦରକୁ ଅଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା କୋଇଲାକୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ