ETV Bharat / state

ଭଦ୍ରକ ପାଇଁ ୨୧.୬୦ କୋଟି ଦେଲେ ମୁଖ୍ୟମନ୍ତ୍ରୀ, ଧନ୍ୟବାଦ ଜଣାଇଲା ଜିଲ୍ଲା ବିଜେଡି

author img

By

Published : Jun 23, 2023, 8:53 AM IST

ଭଦ୍ରକରେ ମନ୍ଦିର ଓ ମଜାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ୨୧.୬୦ କୋଟି ମଞ୍ଜୁର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲା ଜିଲ୍ଲା ବିଜେଡି । ଅଧିକ ପଢନ୍ତୁ

ଭଦ୍ରକ ପାଇଁ ୨୧.୬୦ କୋଟି ଦେଲେ ମୁଖ୍ୟମନ୍ତ୍ରୀ
ଭଦ୍ରକ ପାଇଁ ୨୧.୬୦ କୋଟି ଦେଲେ ମୁଖ୍ୟମନ୍ତ୍ରୀ
ଭଦ୍ରକ ପାଇଁ ୨୧.୬୦ କୋଟି ଦେଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ସମସ୍ତ 5 ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ପାଇଁ 21 କୋଟି 60 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଜିଲ୍ଲାର ସମସ୍ତ ମନ୍ଦିର ଓ ମଜାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଏହି ଅନୁଦାନ ମିଳିଛି । ଏହି ଅନୁଦାନ ରାଶିରେ ଧାର୍ମିକ ତଥା ସାମାଜିକ ଅନୁଷ୍ଠାନଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ । ଏଥିପାଇଁ ଭଦ୍ରକ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି ।

ସପ୍ତାହ ତଳେ ଦୁଇ ଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ ରାଜ୍ୟ ସରକାରଙ୍କର 5T ସଚିବ ଭି.କେ.ପାଣ୍ଡିଆନ । 5T ସଚିବ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକମାନଙ୍କ ସହିତ ସିଧାସଳଖ ବାର୍ତ୍ତାଳାପ କରିବା ସହ ସେମାନଙ୍କ ଠାରୁ ଏକାଧିକ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ଏହି ଅଭିଯୋଗ ପତ୍ରଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଚିବ କହିଥିଲେ । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ୨୧.୬୦ କୋଟି ଟଙ୍କା ଅନୁଦାନ ମିଳିଛି ।

ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର, ଧାମନଗର ଏବଂ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଧାର୍ମିକ ଅନୁଷ୍ଠାନ, କମ୍ୟୁନିଟି ହଲ୍ ତଥା ସାମାଜିକ ଅନୁଷ୍ଠାନ ଗୁଡିକର ଉନ୍ନତି, ପୁନଃନିର୍ମାଣ, ମରାମତି କାର୍ଯ୍ୟ ପାଇଁ 21 କୋଟି 60 ଲକ୍ଷ ଟଙ୍କାର ଅନୁଦାନ ରାଶି ମଞ୍ଜୁର ହୋଇଛି । ଏହାସହିତ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର 80ଟି ପ୍ରକଳ୍ପ ପାଇଁ 4 କୋଟି 22 ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ଖୁବ୍‌ଶୀଘ୍ର ଏହିସବୁ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲା ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ, 5T ସଚିବ ଏବଂ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପ୍ରକାଶ ଥାଉକି, 5T ସଚିବ ଭଦ୍ରକ ଗସ୍ତ ସମୟରେ କହିଥିଲେ ଯେ, ଭଦ୍ରକବାସୀଙ୍କ ଦୁଃଖ, ସୁଖ, ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ଚାଷୀଙ୍କ ସମସ୍ୟା ଏବଂ ଧର୍ମାନୁଷ୍ଠାନ ଗୁଡିକର ଉନ୍ନତିକରଣ ନେଇ ଯାହା ପ୍ରସ୍ତାବ ଜିଲ୍ଲା ପକ୍ଷରୁ ଦିଆଯାଇଛି, ସେଗୁଡିକ ଖୁବଶୀଘ୍ର ମଞ୍ଜୁର କରାଯିବ । ତେବେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ପ୍ରଦାନ ଏବଂ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଅପେକ୍ଷା କରିବାକୁ ସେ କହିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.