ETV Bharat / state

ଭଦ୍ରକରେ 7ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ - ଭିତ୍ତିପ୍ରସ୍ତର ସ୍ଥାପନ

ଭଦ୍ରକ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 7ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ...

ଜିଲ୍ଲାରେ 7ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 18, 2021, 9:26 PM IST

ଭଦ୍ରକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କ୍ରମରେ ଭଦ୍ରକ ଜିଲ୍ଲା ନୂତନ ମୁଖ୍ୟ ଚିକତ୍ସାଳୟ ପରିସରରେ ଜିଲ୍ଲାର 7 ଟି ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଜିଲ୍ଲାରେ 7ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ(LMO, 6KL) ସଂରକ୍ଷଣ ବ୍ୟବସ୍ଥା, ଚାପ ଅବଶୋଷଣ ପ୍ରଣାଳୀରେ ଜିଲ୍ଲାରେ ମେଡିକାଲ ଅକ୍ସିଜେନ 833 LPMର ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥା, ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ, ଧାମନଗର ବ୍ଳକ ଅନ୍ତର୍ଗତ ସୋହଡା ସ୍ବାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ, ଆରଡି ସ୍ବାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ, ଧୂଷୁରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରସୂତୀ ଗୃହର ସଂପ୍ରସାରଣ ଓ ମତୋ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରସୂତୀ ଗୃହର ସଂପ୍ରସାରଣ ପରି 7 ଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ ଭିଡିଓ କନ୍ସରେନସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କରୋନା ମହାମାରୀର ସମ୍ଭାବିତ ତୃତୀୟ ଲହରୀ ପାଇଁ ଭଦ୍ରକ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.