ETV Bharat / state

ରାସ୍ତା ମରାମତି କଲେ କୋମଳମତି ଶିଶୁ, ଭିଡିଓ ଭାଇରାଲ ପରେ ପ୍ରଶାସନ ତତ୍ପର - bhdrak district administration

ଭଦ୍ରକ ଗେଲଟୁଆ ଆଦିବାସୀ କଲୋନୀରେ ରାସ୍ତା ମରାମତି କଲେ ଶିଶୁ । ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ କହିଲା ତଦନ୍ତ ହେବ । ବର୍ଷିଲେ ବିରୋଧୀ । ଅଧିକ ପଢନ୍ତୁ...

ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲେ କୋମଳମତି ଶିଶୁ , ଭିଡିଓ ଭାଇରାଲ ହେବା ପରେ ତତ୍ପର ପ୍ରଶାସନ

author img

By

Published : Jul 29, 2021, 4:55 PM IST

ଭଦ୍ରକ: ଗାଁକୁ ନଥିଲା ଭଲ ରାସ୍ତା । ଛୋଟ ଛୋଟ କୋମଳମତି ଶିଶୁ ମିଶି ମରାମତି କଲେ ଗାଁ ରାସ୍ତା । କୁନି କୁନି ହାତରେ ବାଲି ଗୋଡି ବୋହି ନେଇ ରାସ୍ତାର ଖାଲଖମା ଭରିଲେ କୋମଳମତି ଶିଶୁ । କିଏ ଅଖାରେ ବୋହି ନେଇଯାଉଛନ୍ତି ତ ଆଉ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ଢାଳି ସମାନ କରୁଛି । ଏହି ଚିତ୍ର ବୟାନ କରୁଛି, ଛୋଟବେଳେ ଆମେ ବହିରେ ପଢ଼ିଥିବା ‘ତୁମ ପରି ଛୋଟ ପିଲା ଟିଏ ଗାଁ ଚାହାଳୀର ଚାଟ ସିଏ’ କାହାଣୀର " ବାଲି ଗୋଡ଼ି ମାଟି ପକାଇ ସଭିଏଁ ଗାଁ ବାଟ କଲେ ସମତୁଲ " ! ? ଉକ୍ତିଟି ଆଜି ମନେ ପଡୁଛି ।

ରାସ୍ତା ମରାମତି କଲେ କୋମଳମତି ଶିଶୁ, ଭିଡିଓ ଭାଇରାଲ ପରେ ପ୍ରଶାସନ ତତ୍ପର

ଏପରି କିଛି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି, ଭଦ୍ରକ ବ୍ଲକ ଗେଲଟୁଆ ଅଞ୍ଚଳରେ । ଆଦିବାସୀ କଲୋନୀ ଠାରୁ ବଗମରା ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ମରାମତି କରିବାରେ ଲାଗିଛନ୍ତି ଶିଶୁମାନେ । ତେବେ ଶିଶୁମାନଙ୍କ ଏପରି କାର୍ଯ୍ୟର ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶାସନିକ ସ୍ତରରେ ତପ୍ତରତା ପ୍ରକାଶ ପାଇଛି।

ଘଟଣା ଉପରେ ତଦନ୍ତ ଆରମ୍ଭ ହୋଇଛି ଏବଂ ସତ୍ୟତା ଥିଲେ ଏପରି ଅବହେଳା ପାଇଁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭଦ୍ରକ ମଣ୍ଡଳ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି । ସ୍ଥାନୀୟ ବିଡିଓ କହିଛନ୍ତି , କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସରଜମିନ ତଦନ୍ତ କରିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ମତାମତ ମଧ୍ୟ ନିଆଯାଇଛି । ଆମେ ତୁରନ୍ତ ଉକ୍ତ ରାସ୍ତାର ମରାମତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛୁ । ଏପରି ଅବ୍ୟବସ୍ଥା ପାଇଁ ଯଦି ସମ୍ପୃକ୍ତ ବିଭାଗର ଅବହେଳା ସାମ୍ନାକୁ ଆସେ ତେବେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ବିଡିଓ ପ୍ରକାଶ କରିଛନ୍ତି ।

  • Shame shame!! This is self-proclaimed World No.1 CM @Naveen_Odisha 's devt model! After misrule of 22 years govt apathy is such that small children resort to repairing roads! Meanwhile our Adarsha CM continues to hanker after publicity with full page ads of imaginary achievements https://t.co/NyNMMxLRNz

    — Lekha Samantsinghar (@DrLekhaShree) July 29, 2021 " class="align-text-top noRightClick twitterSection" data=" ">

ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୀତିକ ବୟାନବାଜୀ ମଧ୍ୟ ସାମ୍ନାକୁ ଆସିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ବିଜେପି ଉପ-ସଭାପତି ଭୃଗୁ ବକ୍ସିପାତ୍ର ପ୍ରମୁଖ ଏହି ପ୍ରସଙ୍ଗରେ ସରକାରକୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ନବୀନ ବାବୁଙ୍କର ୨୨ ବର୍ଷ ଶାସନ ମଧ୍ୟରେ ଏହା ବିକାଶ ମଡେଲର ଉଦାହରଣ ବୋଲି କଟାକ୍ଷ କରିଛନ୍ତି ଲେଖାଶ୍ରୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.