ଭଦ୍ରକ : ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ମା ଭଦ୍ରକାଳୀ ମନ୍ଦିରର ସେବାୟତ ଓ ଶ୍ରଦ୍ଧାଳୁ ଭକ୍ତମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ପୀଠର ଉନ୍ନତି ପାଇଁ ମନ୍ଦିରର ସିଂହଦ୍ବାର ସହ ମନ୍ଦିରକୁ ଆକର୍ଷଣୀୟ କରିବା, ପୁଷ୍କରିଣୀର ପୁନରୁଦ୍ଧାର, ପୁଷ୍ପ ଉଦ୍ୟାନ, ଉଜ୍ବଳ ଆଲୋକ ବ୍ୟବସ୍ଥା ସହ ମା’ଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତାର ସମ୍ପ୍ରସାରଣ ଆଦି କାର୍ଯ୍ୟରେ ଏହି ଅର୍ଥ ବ୍ୟୟ ବରାଦ ହୋଇଥିବା ଜଣାପଡିଛି। ତେବେ ଯଥାଶୀଘ୍ର ଏହି ଅନୁମୋଦିତ ଅର୍ଥ ରାଶି ଉପଯୋଗ କରିବା ପାଇଁ ସାଧାରଣରେ ଆଶା କରାଯାଉଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର ଇଟିଭି ଭାରତ