ETV Bharat / state

ଭକ୍ତିପୂତ ମାହୋଲରେ ସରିଲା ଭଦ୍ରକ ରଥଯାତ୍ରା

ଭକ୍ତିପୂତ ମାହୋଲରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଦେବଭୂମି ଗବଶାହି ଏବଂ ହରିବୋଲ କ୍ଷେତ୍ର କେଶପୁର ସହ ସମୁଦାୟ 16ଟି ସ୍ଥାନରେ ବେଶ ଧୁମଧାମର ସହ ପାଳନ ହେଉଛି ରଥାଯାତ୍ରା ।

author img

By

Published : Jul 4, 2019, 7:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭକ୍ତିପୂତ ମାହୋଲରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଦେବଭୂମି ଗବଶାହି ଏବଂ ହରିବୋଲ କ୍ଷେତ୍ର କେଶପୁର ସହ ସମୁଦାୟ 16ଟି ସ୍ଥାନରେ ବେଶ ଧୁମଧାମର ସହ ପାଳନ ହେଉଛି ରଥାଯାତ୍ରା । ମହାପ୍ରଭୁଙ୍କ ଘୋଷଯାତ୍ରା ସହ ନିଜ ଆରାଧ୍ୟ ଦେବଙ୍କୁ ରଥାରୂଢ ଦେଖିବା ପାଇଁ ଆଖାପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

କେଶପୁରଠାରେ ଦୀର୍ଘବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଥିବା ରଥଯାତ୍ରାର ମଧ୍ୟ ରାଜ୍ୟରେ ବେଶ୍‌ ମହତ୍ତ୍ବ ରହିଛି । ତିନି ରଥରେ ତିନି ବିଗ୍ରହ ବିରାଜମାନ ହୋଇ ଘଣ୍ଟ ଘଣ୍ଟାର ତାଳେ ତାଳେ ଭକ୍ତ ସମାଗମ ମଧ୍ୟରେ କେଶପୁର ହରିବୋଲ କ୍ଷେତ୍ରରୁ ବାହାରି ତିହିଡି ବ୍ଲକର ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି ।

ଏଥିପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । ଜିଲ୍ଲାପାଳ ଜ୍ଞାନ ଦାସ ଛେରା ପହଁରା କରିବା ପରେ ରଥଯାତ୍ରା ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ସହିତ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସାର ମଧ୍ୟ ବନ୍ଦୋବସ୍ତ କରାଯାଇଛି ।

ସେହିପରି ଦେବଭୂମି ଗବଶାହିଠାରେ ମଧ୍ୟ ରଥଯାତ୍ରା ମହାସମାରୋହରେ ପାଳିତ ହେଉଛି । ପ୍ରଥା ମୁତାବକ ରଥଯାତ୍ରା ଦିନ ଜିଲ୍ଲାପାଳ ଏବଂ ବାହୁଡା ଯାତ୍ରା ଦିନ ଆରକ୍ଷୀ ଅଧିକ୍ଷକ ମହାପ୍ରଭୁଙ୍କ ରଥରେ ଛେରା ପହଁରା କରିଥାନ୍ତି । ମୋଟାମୋଟି ଭାବେ ବେଶ ଭକ୍ତିପୂତ ମାହୋଲରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକର ବିଭିନ୍ନ ସ୍ଥାନରେ ଭକ୍ତିପୂତ ମାହୋଲରେ ରଥଯାତ୍ରା ଅନୁଷ୍ଠିତ। ଦେବଭୂମି ଗବଶାହି ଏବଂ ହରିବୋଲ କ୍ଷେତ୍ର କେଶପୁର ସହ ଷୋଳଟି ସ୍ଥାନରେ ବେଶ ଧୁମଧାମର ସହ ପାଳିତ ହେଉଛି ରଥାଯାତ୍ରା । Body:ଭଦ୍ରକର ବିଭିନ୍ନ ସ୍ଥାନରେ ଭକ୍ତିପୂତ ମାହୋଲରେ ରଥଯାତ୍ରା ଅନୁଷ୍ଠିତ। ଦେବଭୂମି ଗବଶାହି ଏବଂ ହରିବୋଲ କ୍ଷେତ୍ର କେଶପୁର ସହ ଷୋଳଟି ସ୍ଥାନରେ ବେଶ ଧୁମଧାମର ସହ ପାଳିତ ହେଉଛି ରଥାଯାତ୍ରା । ଏହି ରଥଯାତ୍ରାରେ ଆଖାପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । କେଶପୁର ଠାରେ ଦୀର୍ଘ ବର୍ଷ ହେବ ରଥଯାତ୍ରା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲାରେ ଏହି ରଥଯାତ୍ରାର ବେଶ ପ୍ରସିଦ୍ଧି ରହିଛି। ତିନି ରଥ ରେ 3 ବିଗ୍ରହ ବିରାଜ ମାନ ହୋଇ ଘଣ୍ଟ ଘଣ୍ଟାର ତାଳେ ତାଳେ ଭକ୍ତ ସମାଗମ ମଧ୍ୟରେ କେଶପୁର ହରିବୋଲ କ୍ଷେତ୍ରରୁ ବାହାରି ତିହିଡି ବ୍ଲକର ମାଉସୀମା ମନ୍ଦିରକୁ ଯାଇଥାନ୍ତି । ଏଥିପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । ଜିଲ୍ଲାପାଳ ଜ୍ଞାନ ଦାସ ଛେରା ପହଁରା କରିବା ପରେ ଏହି ରଥଯାତ୍ରା ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ସହିତ ପାନୀୟ ଜଳ ଏବଂ ପ୍ରାଥମିକ ଚିକିତ୍ସାର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ସେହିପରି ଦେବଭୂମି ଗବଶାହି ଠାରେ ମଧ୍ୟ ରଥଯାତ୍ରା ମହାସମାରୋହରେ ପାଳିତ ହେଉଛି। ପ୍ରଥା ମୁତାବକ ରଥଯାତ୍ରା ଦିନ ଜିଲ୍ଲାପାଳ ଏବଂ ବାହୁଡା ଯାତ୍ରା ଦିନ ଆରକ୍ଷୀ ଅଧିକ୍ଷକ ମହାପ୍ରଭୁଙ୍କ ରଥରେ ଛେରାପହଁରା କରିଥାନ୍ତି। ମୋଟାମୋଟି ବେଶ ଭକ୍ତିପୂତ ମାହୋଲରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ରଥଯାତ୍ରା ଅନୁଷ୍ଠିତ ହେଉଛି।
Bite: ଡାକ୍ତର ପ୍ରଭାସ କୁମାର ମହାନ୍ତି_ ଶ୍ରଦ୍ଧାଳୁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.