ଭଦ୍ରକ: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାକୁ ଯିବା ପାଇଁ ପର୍ଯ୍ୟଟକମାନେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟରେ ଭିଡ ଦେଖିବାକୁ ମିଳିଛି । ପର୍ଯ୍ୟଟକମାନେ ଚାନ୍ଦବାଲିରୁ ନଦୀ ମଧ୍ୟରେ 17 କିଲୋମିଟର ଜଳଯାତ୍ରା କରି ଭିତରକନିକାରେ ପହଞ୍ଚିବେ ।
ପ୍ରତିଦିନ ଭିତରକନିକାକୁ ଯିବା ପାଇଁ ଚାନ୍ଦବାଲି ଏଣ୍ଟ୍ରି ପଏଣ୍ଟରେ ଅନେକ ବୋଟ ଲାଗୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଜାତୀୟ ଉଦ୍ୟାନ ଭିତରକନିକା ବୁଲିବାକୁ ବହୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଛି । ଜାନୁଆରୀ ୧୫ରୁ ୨୩ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ ରହିଥିଲା । ତେବେ ବର୍ତ୍ତମାନ ଏହାକୁ ଖୋଲାଯିବା ପରେ ପର୍ଯ୍ୟଟକଙ୍କ ଗହଳି ଚହଳି ଲାଗି ରହିଛି ।
ବହୁ ପର୍ଯ୍ୟଟକ ପ୍ରତିଦିନ ଚାନ୍ଦବାଲିରୁ ନଦୀ ମଧ୍ୟଦେଇ ଭିତର କନିକା ବୁଲିବାକୁ ଯାଉଛନ୍ତି । ନଦୀ ରେ ୧୭ କିମି ଜଳଯାତ୍ରା କରି ଭିତରକନିକାର ଭରପୂର ମଜ୍ଜା ନେଉଥିବା ଦେଖିବାକୁ ମିଳିଛି । ଶୀତ ଦିନରେ ଏହି ପର୍ଯ୍ୟଟନୀ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ