ETV Bharat / state

ବସରେ ଚାନ୍ଦା ଆଦାୟ ସହ ଯାତ୍ରୀଙ୍କୁ ଦୁର୍ବ୍ୟବହାର ! ଭଦ୍ରକରେ ବନ୍ଦ ଡାକରା - ଭଦ୍ରକରେ ବସ ବନ୍ଦ ଡାକରା

ଭଦ୍ରକ ବସ ସିଣ୍ଡିକେଟ ପକ୍ଷରୁ ଗୋଟିଏ ଗୋଷ୍ଠୀ ବନ୍ଦ ଡାକରା ଦେଇଥିବା ବେଳେ, ଅନ୍ୟ ଏକ ଗୋଷ୍ଠୀ ବନ୍ଦ ଡାକରା ରେ ସାମିଲ ହୋଇ ନଥିବାରୁ ବସ ଚଳାଚଳ ସ୍ୱାଭାବିକ ରହିଛି । ଅଧିକ ପଢନ୍ତୁ

ସିଣ୍ଡିକେଟ ପକ୍ଷରୁ ଗୋଷ୍ଠୀ ବନ୍ଦ ଡାକରା
ସିଣ୍ଡିକେଟ ପକ୍ଷରୁ ଗୋଷ୍ଠୀ ବନ୍ଦ ଡାକରା
author img

By

Published : Oct 4, 2022, 5:31 PM IST

ଭଦ୍ରକ: ସିଣ୍ଡିକେଟ ପକ୍ଷରୁ ଗୋଷ୍ଠୀ ବନ୍ଦ ଡାକରା । ରାତି ଅଧିଆ ଯାତ୍ରୀବାହୀ ବସ ବନ୍ଦ ନିଷ୍ପତ୍ତି (Bus strike in bhadrak) । ପାର୍ବଣର ସମୟ ଥିବା ବେଳେ ଏଭଳି ଅଚାନକ ନିଷ୍ପତ୍ତି ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ । ଏହି ବନ୍ଦ ଡାକରା ଯୋଗୁଁ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି ।

ବସ ବନ୍ଦ ଡାକରା

ସୂଚନା ମୁତାବକ, ଭଦ୍ରକ ବସ ସିଣ୍ଡିକେଟ ପକ୍ଷରୁ ଗୋଟିଏ ଗୋଷ୍ଠୀ ବନ୍ଦ ଡାକରା ଦେଇଥିବା ବେଳେ, ଅନ୍ୟ ଏକ ଗୋଷ୍ଠୀ ବନ୍ଦ ଡାକରା ରେ ସାମିଲ ହୋଇ ନଥିବାରୁ ବସ ଚଳାଚଳ ସ୍ବଭାବିକ ଥିବା ଜଣାପଡିଛି । କିଛି ବସ ବନ୍ଦ ରହିଥିବା ବେଳେ ଅଧିକାଂଶ ବସ ଚାଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । ବେଆଇନ ଭାବେ ବସ ରୁ ଚାନ୍ଦା ଆଦାୟ ସହ କିଛି ବ୍ୟକ୍ତି ଯାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଏମିତି କି ବସ ରେ ଯାତ୍ରୀ ଙ୍କୁ ଚଢ଼ିବା ନେଇ ମଧ୍ୟ ହସ୍ତକ୍ଷେପ କରୁଥିବା ପ୍ରତିବାଦ ରେ ଭଦ୍ରକ ବସ ସିଣ୍ଡିକେଟ ର ଏକ ଗୋଷ୍ଠୀ ବସ ଚଳାଚଳ କୁ ବନ୍ଦ ରଖିଛି ।

କିନ୍ତୁ ଭଦ୍ରକ ବସ ସିଣ୍ଡିକେଟ ପକ୍ଷରୁ କୌଣସି ବନ୍ଦ ଘୋଷଣା କରାଯାଇ ନାହିଁ। ପ୍ରତ୍ୟେକ ରୁଟ ରେ ବସ ଚଳାଚଳ ସ୍ବଭାବିକ ରହିଛି। କିଛି ମୁଷ୍ଟିମେୟ ବସ ମାଲିକ ସେମାନଙ୍କ ସ୍ବାର୍ଥ ଯୋଗୁଁ ଏଭଳି ଅଚାନକ ନିଷ୍ପତି ନେଇଥିବା ଭଦ୍ରକ ବସ ସିଣ୍ଡିକେଟ ର ଅନ୍ୟ ଏକ ଗୋଷ୍ଠୀ କହିଛନ୍ତି। ବର୍ତ୍ତମାନ ପାର୍ବଣ ର ସମୟ। ପୂର୍ବରୁ କୌଣସି ସୂଚନା ନ ଦିଆଯାଇ, ହଟାତ ଏଭଳି ବସ ବନ୍ଦ ନିଷ୍ପତି ଯୋଗୁଁ ନାହିଁ ନଥିବା ହଇରାଣ ର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀୀ। ଯାହାକି ଆଜି ବନ୍ଦ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖଦେଇଛି। ହେଲେ ବନ୍ଦ ଡାକରା ଦେଇଥିବା ଗୋଷ୍ଠୀ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.