ETV Bharat / state

ଖୋଳା ହେଲା ପୋତା ହୋଇଥିବା ମୃତଦେହ - buried body was dug up again

ମାଟି ଭିତରୁ ବାହାରିଲା ମୃତଦେହ । ଜେସିପି ଲଗାଇ କଢାଗଲା ପୋତା ହୋଇଥିବା ମୃତଦେହ । ଘଟଣାଟି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପୋତା ହୋଇଥିବା ମୃତଦେହ ପୁଣି ଖୋଳା ହେଲା
ପୋତା ହୋଇଥିବା ମୃତଦେହ ପୁଣି ଖୋଳା ହେଲା
author img

By

Published : Feb 9, 2021, 9:03 AM IST

ଭଦ୍ରକ: ମାଟି ଭିତରୁ ବାହାରିଲା ମୃତଦେହ । ଜେସିବି ଲଗାଇ କଢାଗଲା ପୋତା ହୋଇଥିବା ମୃତଦେହ । ଏହାପରେ ମୃତଦେହକୁ ତାଙ୍କ ପରିବାରୁ ହସ୍ତାନ୍ତର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ରେ ଦେଖିବାକୁ ମିଳିଛି । ମୃତକ ହେଲେ ଭଦ୍ରକ ଜିଲ୍ଲାର ଆଗରପଡା ଥାନା ଅଧିନସ୍ଥ କୁସୁନ ନଗର ଗାଁର ଚକ୍ରଧର ବେହେରା ।

ଗତ 31 ତାରିଖ ଦିନ ଚକ୍ରଧର କୃଷି ସମାବେଶରେ ଯୋଗ ଦେବାକୁ କାଦରବରାଙ୍ଗ ବସଷ୍ଟାଣ୍ଡରୁ ବସ ଯୋଗେ ଭୁବନେଶ୍ବର ଯାଇଥିଲେ । ରାତି 9 ଟା ସୁଦ୍ଧ ସେ ସେଠାରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କର ପରିବାର ସହ କୌଣସି ଯୋଗଯୋଗ ହୋଇପାରିନଥିଲା । ତେଣେ ପରିବାର ଲୋକେ ଖୋଜାଖୋଜି ସତ୍ତ୍ବେ ନ ପାଇବାରୁ ଗତ 4 ତାରିଖରେ ଆଗରପଡା ଥାନାରେ ଏକ ଏତଲା ଦିଆଯାଇଥିଲା ।

ଅନ୍ୟପଟେ, ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରାଡା ଠାରେ ଜଣେ ବ୍ୟକ୍ତିର ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ପୋଲିସ 3 ଦିନ ମୃତଦେହକୁ ରଖିବା ପରେ 6 ତାରିଖରେ ପୋଲିସ ଓକ ୟୁଡି କେଶ କରି ମୃତଦେହ ବ୍ୟବଚ୍ଛେଦ କରି ମାଟିରେ ପୋତି ଦେଇଥିଲେ । ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ଦେଖି ପରିବାର ଲୋକେ ତାଙ୍କୁ ଲୋକଙ୍କୁ ଚିହ୍ନିଟ କରି ଭଣ୍ଡାରିପୋଖରୀ ଥାନା ଯାଇ ସେଠାରେ ସମସ୍ତ ପ୍ରମାଣ ଦେବା ପରେ ସୋମବାର ମୃତଦେହକୁ ଖୋଳାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ସେପଟେ, ଏହି ଘଟଣାରେ ପରିବାର ଲୋକେ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.