ETV Bharat / state

ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଛି କୁକୁଡ଼ା ଫାର୍ମ !

author img

By

Published : Jul 30, 2022, 7:25 AM IST

ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଛି କୁକୁଡ଼ା ଫାର୍ମ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରରେ । ଅଧିକ ପଢନ୍ତୁ

ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଛି କୁକୁଡ଼ା ଫାର୍ମ !
ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଛି କୁକୁଡ଼ା ଫାର୍ମ !

ଭଦ୍ରକ: ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଛି କୁକୁଡ଼ା ଫାର୍ମ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରରେ ।

ଯେଉଁଠାରେ ଚାଲିଛି କୁକୁଡ଼ା ଫାର୍ମ । ସରକାର ଗ୍ରାମାଞ୍ଚଳରେ କୁନିକୁନି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ପ୍ରତି ଗାଁରେ ନିର୍ମାଣ କରୁଛନ୍ତି ଅଙ୍ଗନୱାଡ଼ି । ହେଲେ, ତାହା ଗ୍ରାମାଞ୍ଚଳରେ କେତେ ଫଳପ୍ରଦ ହେଉଛି ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ନଳଗୋହିରା ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରରେ । ଯେଉଁଠାରେ ପିଲାମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଗୃହରେ ଚାଲିଛି କୁକୁଡ଼ା ଫାର୍ମ ।

ଘଟଣା ସମ୍ପର୍କରେ ଅଙ୍ଗନୱାଡ଼ି କର୍ମୀ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ହେଲେ କୈଣସି ସୁଫଳ ମିଳି ନଥିଲା । ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କରିଥିବା ଠିକାଦାର ବକେୟା ଅର୍ଥ ପାଇ ନଥିବାରୁ ସେହି ଗୃହକୁ ହସ୍ତାନ୍ତର କରୁନଥିବା ସୂଚନା ମିଳିଛି । ଯାହାକି ଏବେ ସେ ଗୃହଟି କୁକୁଡ଼ା ଫାର୍ମ ଥିବାରୁ ଅପରିଷ୍କାର ହୋଇଯାଇଛି ।

ତେବେ ପ୍ରଶ୍ନ ଉଠୁଛି କାହା ନିର୍ଦ୍ଦେଶରେ ଠିକାଦାର କୁକୁଡ଼ା ଫାର୍ମ କରିଛନ୍ତି । କେବେ ଗୃହ ହସ୍ତାନ୍ତର କରିବେ ? ଅନ୍ୟ ପକ୍ଷରେ ପ୍ରଶାସନ କାହିଁକି ଠିକାଦାରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ତେବେ ତୁରନ୍ତ ଗୃହକୁ ଶିଶୁ ବିକାଶ ବିଭାଗକୁ ହସ୍ତାନ୍ତର କରି ସେଠାରେ କୁନିକୁନି ପିଲାମାନଙ୍କ ପାଠ ପଡ଼ିବା ପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.