ETV Bharat / state

ରକ୍ତ ସମସ୍ୟା ଦୂରପାଇଁ ରକ୍ତଦାନ ଶିବିର, ଲକ୍ଷ୍ୟ ପ୍ରତିଦିନ 40 ୟୁନିଟ - ଭଦ୍ରକ ରକ୍ତଦାନ ଶିବିର

ଭଦ୍ରକରେ ରକ୍ତ ସମସ୍ୟା ଦୂରପାଇଁ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର । ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ଭଦ୍ରକରେ ଚାଲିବ ଏହି ରକ୍ତଦାନ କାର୍ଯ୍ୟକ୍ରମ । ପ୍ରତିଦିନ 40 ୟୁନିଟ ରକ୍ତ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ...

ରକ୍ତ ସମସ୍ୟା ଦୂରପାଇଁ ରକ୍ତଦାନ ଶିବିର, ଲକ୍ଷ୍ୟ ପ୍ରତିଦିନ 40 ୟୁନିଟ
ରକ୍ତ ସମସ୍ୟା ଦୂରପାଇଁ ରକ୍ତଦାନ ଶିବିର, ଲକ୍ଷ୍ୟ ପ୍ରତିଦିନ 40 ୟୁନିଟ
author img

By

Published : Aug 10, 2020, 9:27 PM IST

ଭଦ୍ରକ : ଜିଲ୍ଲାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଆରମ୍ଭ । ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ଭଦ୍ରକରେ ଚାଲିବ ରକ୍ତଦାନ କାର୍ଯ୍ୟକ୍ରମ । ଏହି ଶିବିରରେ ସୋମବାର ଓଡିଶା ମୋ ପରିବାରର ଆବାହକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଛନ୍ତି ।

ରକ୍ତ ସମସ୍ୟା ଦୂରପାଇଁ ରକ୍ତଦାନ ଶିବିର, ଲକ୍ଷ୍ୟ ପ୍ରତିଦିନ 40 ୟୁନିଟ

ମହାମାରୀ କୋରୋନା ଯୋଗୁଁ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଯାଉଛି । ଫଳରେ ରୋଗୀ ମାନେ ରକ୍ତ ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯାହାର ଭରଣା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅଗଷ୍ଟ କ୍ରାନ୍ତି ଦିବସରୁ ଭଦ୍ରକ ବିଜୁ ଭବନ ଠାରେ ଆରମ୍ଭ ହୋଇଛି । ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଚେଷ୍ଟାରେ ଏହି ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ଓଡିଶା ମୋ ପରିବାରର ଆବାହକ ଅତନୁ ସବ୍ୟସାଚୀ ନାୟକ ବୁଲି ଦେଖିଛନ୍ତି । ଶିବିରର ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି ମୋ ପରିବାରର ଆବାହକ । ଅଗଷ୍ଟ 9 କ୍ରାନ୍ତି ଦିବସ ଠାରୁ 15 ତାରିଖ ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହେବ ।

ପ୍ରତ୍ୟେକ ଦିନ କୋରୋନା କଟକଣା ମଧ୍ୟରେ 40 ୟୁନିଟ୍ ରକ୍ତ ସଂଗ୍ରହ କରାଯିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଯାହା ଫଳରେ ଜିଲ୍ଲାର ରକ୍ତ ସଙ୍କଟକୁ ଭରଣା କରାଯାଇ ପାରିବ ବୋଲି ମୋ ପରିବାରର ଆବାହକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.