ଭଦ୍ରକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାତିଲେ ମହିଳା । ଆଜି(ବୁଧବାର)ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।
ଘରୋଇ ହିଂସା ଓ ନାରୀ ନିର୍ଯାତନା ରୋକିବାରେ ବିଜେଡି ସରକାର ସମ୍ପୂର୍ଣ ବିଫଳ ହୋଇଥିବା ବେଳେ ବିଜେଡି ସାଂସଦ ଅନୁଭବ ମହାନ୍ତି ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଛି ମହିଳା ମୋର୍ଚ୍ଚା।
ଏନେଇ ଜିଲ୍ଲା ବିଜେପି ଜିଲ୍ଳା କାର୍ଯ୍ୟାଳୟ ପରିସରରେ ମହିଳା ମୋର୍ଚ୍ଚାର ବିଭିନ୍ନ ନେତୃତ୍ବ ଓ କର୍ମୀଙ୍କ ପକ୍ଷରୁ ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଗିରଫ ଦାବୀ କରାଯାଇଥିଲା।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ