ETV Bharat / state

BJP delegation Meet ECI : ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛି ବିଜେଡି: ଧର୍ମେନ୍ଦ୍ର ପ୍ରଧାନ

ଧାମନଗର ଉପନିର୍ବାଚନ (Dhamnagar By Poll ) ପାଇଁ ଯୋରଦାର ହେଲା ଲଢେଇ । ଲଢେଇକୁ ନିଜେ ବଳ ଯୋଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଆଜି ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ଙ୍କୁ ସାକ୍ଷାତ କରି ଶାସକ ବିଜୁ ଜନତା ଦଳ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

author img

By

Published : Oct 26, 2022, 8:31 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଧାମନଗର ଉପନିର୍ବାଚନ (Dhamnagar By Poll ) ପାଇଁ ଯୋରଦାର ହେଲା ଲଢେଇ । ଲଢେଇକୁ ନିଜେ ବଳ ଯୋଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଆଜି ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ଙ୍କୁ ସାକ୍ଷାତ କରି ଶାସକ ବିଜୁ ଜନତା ଦଳ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର ।

ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରୁଛି ବିଜେଡି: ଧର୍ମେନ୍ଦ୍ର ପ୍ରଧାନ

ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରି ଧର୍ମେନ୍ଦ୍ର କହିଛନ୍ତି, ନିର୍ବାଚନ ଜିତିବା ପାଇଁ ଧାମନଗରରେ ବିଜେଡି ନୀତି ନିୟମ ସବୁର ଖୋଲା ଉଲ୍ଲଙ୍ଘନ କରିଛି । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସହ ବିଜେଡି ଟଙ୍କା ବାଣ୍ଟୁଛି। ଟଙ୍କା ଦେଇ ଭୋଟରଙ୍କୁ ପ୍ରଭାବିତ କରାଯାଉଛି । କୋଟି କୋଟି ଟଙ୍କାର ପ୍ରଲୋଭନ ଦେଖାଉଛି । ରାଜ୍ୟ ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ମହିଳା ଶିଶୁ ବିଭାଗ ଶାସକ ଦଳ ପାଇଁ କାମ କରୁଛନ୍ତି । ଭଦ୍ରକ ଜିଲ୍ଲାପାଳ ଶାସକ ଦଳର ହାତ ବାରିସୀ ସାଜିଛନ୍ତି। ଏହି ସମସ୍ତ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ବାରମ୍ବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତକରି ଦାବିପତ୍ର ବାରମ୍ବାର ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ହେଲେ ରାଜ୍ୟ ନିର୍ବାଚନ ଅଧିକାରୀ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଶାସକ ଦଳକୁ ସୁରକ୍ଷା ଯୋଗାଇ ଦେଉଛନ୍ତି ।

ଏହାବି ପଢନ୍ତୁ- ଡ୍ରୋନ ଜଗିବ ଚିଲିକା ଓ ଭିତରକନିକା: ହାଇକୋର୍ଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ଉପନିର୍ବାଚନ ଜିତିବା ପାଇଁ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରୁଥିବା ଦୁଇଟି ସମ୍ବେଦନଶୀଳ ଭିଡିଓ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଜଣେ ମିଶନଶକ୍ତିରେ କାର୍ଯ୍ୟରତ ମହିଳା ଅଧିକାରୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବାର ଭିଡିଓ ରାଜ୍ୟ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରମାଣ ଆକାରରେ ଦେଇଥିଲା । ଖାଲି ଏତିକି ନୁହେଁ ଏକ ନିର୍ବାଚନୀ ସଭାରେ ଶାସକ ଦଳର ଜଣେ ନେତା ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଉପସ୍ଥିତିରେ ଯେଉଁ ପଞ୍ଚାୟତ ବିଜେଡିକୁ ଅଧିକ ଭୋଟ ଦେବ ସେହି ପଞ୍ଚାୟତକୁ 1 କୋଟି ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାକୁ ଘୋଷଣା କରିଥିବା କହିଥିଲେ । ଯାହାର ଭିଡିଓ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି । ବାରମ୍ବାର ଅଭିଯୋଗ ଦାବି ସତ୍ବେ ରାଜ୍ୟ ନିର୍ବାଚନ ଅଧିକାରୀ କୌଣସି ପଦକ୍ଷେପ ନେଉନାହାଁନ୍ତି । ଓଲଟା ଆଜି ପ୍ରେସମିଟରେ ଭିଡିଓ ଯାଞ୍ଚ କରି ପଦକ୍ଷେପ ନିଆଯିବ ବୋଲି ସିଇଓ କହିଛନ୍ତି । ଯାଞ୍ଚ କରି ପଦକ୍ଷେପ ନେଲା ବେଳକୁ ନିର୍ବାଚନ ସରିଯାଇଥିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏପରି ଆକ୍ରୋଶ ମୂଳକ ଭାବେ ଟଙ୍କା ବଣ୍ଟାଯିବାର କୌଣସି ପ୍ରମାଣ ନାହିଁ ବୋଲି ସିଇଓ କହୁଛନ୍ତି । ଏହା କହି ସେ ଶାସକ ଦଳକୁ ଅଭୟବାଣୀ ଦେଉଛନ୍ତି ।

ଏହାବି ପଢନ୍ତୁ- Study: ଚକ୍ଷୁ ସମ୍ବନ୍ଧୀୟ ସମସ୍ୟା ଦୂର କରେ ସବୁଜ ଚଷମା

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (Chief Electoral Officer) ସୁଶୀଲ କୁମାର ଲୋହାନି (Sushil Kumar Lohani ) ଙ୍କ ବିରୋଧରେ ଧର୍ମେନ୍ଦ୍ର ସଂଗୀନ ଅଭିଯୋଗ ଆଣି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଞ୍ଚାୟତ ବିଭାଗର ସଚିବ ଅଛନ୍ତି । କନଫ୍ଲିକ୍ଚ ଅଫ ଇନଟ୍ରେଷ୍ଟ (conflict of interest ) କଥା ଆସୁଛି । ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ କିଭଳି ସିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ତେଣୁ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଥିବା ଧର୍ମେନ୍ଦ୍ର କହିଛନ୍ତି ।

ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ ପ୍ରତିନିଧି ମଣ୍ଡଳୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ରାଷ୍ଚ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଜାତୀୟ ମିଡିଆ ସହ ଆବାହାକ ପ୍ରମୁଖ ଉପସ୍ଥିତି ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.