ETV Bharat / state

ଗ୍ୟାସ ଦରଦାମ ବୃଦ୍ଧି ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଜେପି ଓ କଂଗ୍ରେସର ବିକ୍ଷୋଭ

author img

By

Published : Mar 5, 2023, 10:59 AM IST

ଭଦ୍ରକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲା କଂଗ୍ରେସ। ଅଧିକ ପଢନ୍ତୁ

bjp and congress protest in bhadrak
bjp and congress protest in bhadrak

bjp and congress protest in bhadrak

ଭଦ୍ରକ: ଗ୍ୟାସ ଦର ବୃଦ୍ଧି ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ଓ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲା କଂଗ୍ରେସ ।

କିଛିଦିନ ପୂର୍ବେ ଭୁବନେଶ୍ବରରେ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ଏକ ଶୋଭାଯାତ୍ରା କରାଯାଇଥିଲା । ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚାଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ପୋଲିସ ଆକ୍ରମଣରେ ଶତାଧିକ ବିଜେପି କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ଏଭଳି ଅମାନୁଷିକ ଆକ୍ରମଣରେ ସମ୍ପୃକ୍ତ ଥିବା ସମସ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏତଲା ଦିଆଯାଇଥିଲା । ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଥାନାରେ ଏତଲା ଦିଆଯାଇଥିଲା ।

ଏହି କ୍ରମରେ ଭଦ୍ରକ ଜିଲ୍ଲାର ସମସ୍ତ ଥାନାରେ ମଧ୍ୟ ବିଜେପି ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ଏହାକୁ ପଞ୍ଜିକରଣ କରାଯାଇଥିଲା । ଯାହାକୁ ବିରୋଧ କରି ଗତକାଲି ଏସପି ଅଫିସ ଘେରାଓ କରିବା ସହ ପ୍ରତିବାଦ କରିଥିଲା ବିଜେପି । ଏଥିସହ ଓଡ଼ିଶା ପୋଲିସ ଅନେକ ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ବିଭିନ୍ନ ସମୟରେ ଅପରାଧୀ ମାନଙ୍କୁ ଘଣ୍ଟ ଘୋଡାଉଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ବିଜେପି ପକ୍ଷରୁ ଦିଆଯାଇଥିବା ଏତଲାକୁ ଗ୍ରହଣ କରିବା ସହ ସଂପୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଯଦି ପୋଲିସ ଏହି ଏତଲାକୁ ଗ୍ରହଣ ନ କରେ ତେବେ ନ୍ୟାୟାଳୟରେ ଦ୍ବାରସ୍ଥ ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଘରୋଇ ରନ୍ଧନ ଗ୍ୟାସରେ 50 ଓ ବ୍ୟବସାୟୀକ ଗ୍ୟାସର ଦର 350 ଟଙ୍କା ବୃଦ୍ଧି କରିଥିବାରୁ ଭଦ୍ରକ ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦଙ୍କ ନେତୃତ୍ୱରେ ଗତକାଲି ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପେଟ୍ରୋଲ, ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଗ୍ୟାସ ଦର ବୃଦ୍ଧି ସିଧାସଳଖ ଗରିବ ଲୋକଙ୍କ ଉପରେ ପ୍ରଭାବ ପକାଇବା ସହ ମଧ୍ୟବିତ୍ତ ପରିବାର ମଧ୍ୟ ପ୍ରଭାବିତ ହେଉଛନ୍ତି । ତେଣୁ ଗ୍ୟାସ ଦରକୁ ତୁରନ୍ତ ହ୍ରାସ କରାଯାଉ, ନଚେତ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି କଂଗ୍ରେସ ନେତ୍ରୀ କହିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଏହି ପ୍ରତିବାଦ ସଭାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏଥିସହ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.