ETV Bharat / state

କେନ୍ଦ୍ରର ବୈମାତୃକ ଭାବ ଅଭିଯୋଗ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ BJDର ଧାରଣା

author img

By

Published : Feb 16, 2023, 7:52 PM IST

ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ବୁଧବାର ବିଜେପିର ଆନ୍ଦୋଳନ ପରେ ଆଜି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ

BJD protest
BJD protest

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ BJDର ଧାରଣା

ଭଦ୍ରକ: ଶାସକ ଦଳ ବିଜେଡି ପକ୍ଷରୁ ଆଜି (ଗୁରୁବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କେନ୍ଦ୍ର ସରକାର ଓଡ଼ିଶା ରାଜ୍ୟ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଦଳ ଅଭିଯୋଗ କରିଛି । ଗତକାଲି ବିଜେପି ଓ ବିଜେଡି ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯିବା ପରେ ଜିଲ୍ଲାର ରାଜନୀତି ମାହୋଲ ସରଗରମ ହୋଇଛି । ଫଳରେ ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟୋରାପ ରାଜନୀତି ଦେଖିବାକୁ ମିଳିଛି ।

ବିଜେଡିର ଅଭିଯୋଗ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟର ଗରିବମାନଙ୍କ ପ୍ରାପ୍ୟ ଚାଉଳ ପରିମାଣ ବୃଦ୍ଧି କରିବା ପରିବର୍ତ୍ତେ ୫ କିଲୋ କାଟି ଦେଇ, ଗରିବ ଲୋକଙ୍କ ପେଟକୁ ଲାତ ମାରିଛନ୍ତି । ତେଣୁ କେନ୍ଦ୍ରର ବିଜେପି ସରକାର ଗରିବ ବିରୋଧୀ ସରକାର ବୋଲି କହିଛନ୍ତି ଦଳର ବିଭିନ୍ନ ଛାମୁଆ ନେତାମାନେ । ଏଥିସହ ଭଦ୍ରକ ଜିଲ୍ଲା ପ୍ରତି ମଧ୍ୟ କେନ୍ଦ୍ର ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ଯାହାକି ଦୀର୍ଘଦିନ ଧରି ଭଦ୍ରକରୁ ଭୁବନେଶ୍ବର ଯାଉଥିବା ପାସେଞ୍ଜର ଟ୍ରେନକୁ ବାଲେଶ୍ବରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଚଳାଚଳ କରାଯାଉଛି । ଏହା ଜିଲ୍ଲାବାସୀଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ଅଭିଯୋଗ କରି ପୂର୍ବରୁ ଆନ୍ଦୋଳନ ମଧ୍ୟ ହୋଇଥିଲା ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ପରେ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ନିଷ୍ପତ୍ତି ହୋଇ ବିଜ୍ଞପ୍ତି ପ୍ରକାଶ ପାଇଲା । ହେଲେ ତାହା ଭଦ୍ରକ ଜିଲ୍ଲା ପରିବର୍ତ୍ତେ ବାଲେଶ୍ବର ଜିଲ୍ଲାରୁ ଚାଲିବ ବୋଲି ଶେଷ ମୁହୂର୍ତ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯାହାକି ଭଦ୍ରକ ଜିଲ୍ଲାବାସୀଙ୍କୁ ଧୋକା ଦେବା ପରି ଘଟଣା ବୋଲି କହିଥିଲେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ତେଣୁ ଜିଲ୍ଲାର ହକ ପାଇଁ ଏହି ରେଳ ଚଳାଚଳ ନେଇ ଲଢେଇ ଜାରି ରହିବ ବୋଲି ବିଧାୟକ କହିଛନ୍ତି । ଏଥିସହ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କର ଗତକାଲିର ଆଚରଣ ପାଇଁ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟରୁ କେନ୍ଦ୍ର ସରକାର ଯେଉଁ ଟିକସ ଆଦାୟ କରୁଛନ୍ତି ତାହା କାହିଁକି ରାଜ୍ୟବାସୀଙ୍କ ସ୍ଵାର୍ଥରେ ଖର୍ଚ୍ଚ କରାନଯିବ ବୋଲି ପ୍ରଶ୍ନ କରିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ଏହି ଧାରଣା ଏବଂ ପ୍ରତିବାଦ ସଭାରେ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ବିଜେଡ଼ିର ବିଭିନ୍ନ ଛାମୁଆ ସଂଗଠନର ଅନେକ ନେତୃତ୍ବ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଶେଷରେ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.