ETV Bharat / state

ପୋଲିସ ହାତରେ ବାଇକ ଲୁଟେରା, 3 ଗିରଫ - ବାଇକ ଚୋର ଗିରଫ

ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିଲା ଭଦ୍ରକ ଟାଉନ ପୋଲିସ । 11ଟି ଚୋରା ବାଇକ ଜବତ । ଅଧିକ ପଢନ୍ତୁ...

ପୋଲିସ ହାତରେ ବାଇକ ଲୁଟେରା, 3 ଗିରଫ
ପୋଲିସ ହାତରେ ବାଇକ ଲୁଟେରା, 3 ଗିରଫ
author img

By

Published : Feb 17, 2021, 3:25 PM IST

ଭଦ୍ରକ: ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିଲା ଭଦ୍ରକ ଟାଉନ ଥାନା ପୋଲିସ । 11ଟି ଚୋରା ବାଇକ ଜବତ ହେବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ପୋଲିସ ହାତରେ ବାଇକ ଲୁଟେରା, 3 ଗିରଫ

ଭଦ୍ରକ ସହରରେ ବାଇକ ଚୋରି ହେଉଥିବାର ବାରମ୍ବାର ଥାନାରେ ଅଭିଯୋଗ ଆସୁଥିଲା । ଏହି ଅଭିଯୋଗ ଆଧାରରେ ଭଦ୍ରକ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଏହି ଗ୍ୟାଙ୍ଗ ସମ୍ପର୍କରେ ସୁରାକ ମିଳିଥିଲା । ପରେ ଏହି ବାଇକ ଚୋରଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ପୋଲିସ । ଫଳସୂରୁପ, ଏହି ଚୋର ଗ୍ୟାଙ୍ଗକୁ ଓଡିଶାା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ଧରିବାରେ ସଫଳ ହୋଇଛି ଟାଉନ ପୋଲିସ ।

ପ୍ରଥମେ ଜଣେ ବାଇକ ଚୋର ଧରା ପଡିଥିଲା । ପୁନର୍ବାର ଅଧିକ ଛାନଭିନ ପରେ ଆଉ ଦୁଇ ଜଣ ବାଇକ ଚୋରକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ଭଦ୍ରକ ସହରାଞ୍ଚଳ ଥାନା ସମେତ ଜିଲ୍ଲାର ଅନ୍ୟ ସବୁ ଥାନା ଅଞ୍ଚଳରେ ଦୁଇ ଚକିଆ ବାଇକ ଚୋରି ହେଉଥିବାର ଅଭିଯୋଗ ହେବା ପରେ, ପୋଲିସ ତଦନ୍ତ କରି ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତିି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.